ସାରା ରାଜ୍ୟରେ ଅସହ୍ୟ ତାତି : ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଆଜି ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଛି I ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି I ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅସହ୍ୟ ତାତି ଯୋଗୁଁ ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇଯାଇଛି I ଆଜି ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୪.୫ ଡିଗ୍ରୀ ଥିବାବେଳେ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ଥିଲା I ଝାରସୁଗୁଡ଼ା ୪୪.୪, ହୀରାକୁଦ ୪୪, ଚାନ୍ଦବାଲି ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି I

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା…

ସମ୍ବଲପୁର: ୪୫ ଡ଼ିଗ୍ରୀ
ଝାରସୁଗୁଡା: ୪୪.୪ ଡ଼ିଗ୍ରୀ
ଭୁବନେଶ୍ୱର: ୪୪ ଡ଼ିଗ୍ରୀ
ହୀରାକୁଦ:୪୪ ଡ଼ିଗ୍ରୀ
ଚାନ୍ଦବାଲି: ୩୬.୨ ଡ଼ିଗ୍ରୀ
ଗୋପାଳପୁର: ୩୫ ଡ଼ିଗ୍ରୀ
ପାରାଦୀପ: ୩୪.୨ ଡ଼ିଗ୍ରୀ
ପୁରୀ: ୩୪ ଡ଼ିଗ୍ରୀ
ବାଲେଶ୍ୱର: ୩୩.୪ ଡ଼ିଗ୍ରୀ
କେନ୍ଦୁଝର: ୩୦.୪ ଡ଼ିଗ୍ରୀ

ରିପୋର୍ଟ : ପ୍ରଭାତ କୁମାର ବେହେରା