ସାରସ୍ୱତ ସାଧକ ବିପିନ ବିହାରୀ ବିଶ୍ୱାଳଙ୍କ ୭୫ତମ ପୂର୍ତ୍ତି ଜନ୍ମ ଜୟନ୍ତୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସଂପାଦକ, ପୂର୍ବତନ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସିନେଟ ସଦସ୍ୟ ତଥା ସାରସ୍ୱତ ସାଧକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳଙ୍କ ୭୫ତମ ପୂର୍ତ୍ତି ଜନ୍ମଜୟନ୍ତୀ ଅବସରରେ ଅଭିନନ୍ଦନ କମିଟି ପକ୍ଷରୁ ଆୟୋଜିତ ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରମାକାନ୍ତ ଭଞ୍ଜ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ବାଲେଶ୍ୱରର ପୂର୍ବତନ ଜିଲାପାଳ ତଥା ସାରସ୍ୱତ ସାଧକ ଡ. ଅଲେଖ ପଢିହାରୀ ଯୋଗ ଦେଇ ଉତ୍ତର ବାଲେଶ୍ୱରର ଭାଷା ସାହିତ୍ୟ ସଂସ୍କୃତି ଓଡିଆ ପରମ୍ପରା ଓ ଭାଇଚାରା ରାଜ୍ୟରେ ଅନନ୍ୟ । ସାରସ୍ୱତ ସାଧକ ଶ୍ରୀ ବିଶ୍ୱାଳଙ୍କ କାର୍ଯ୍ୟଦକ୍ଷତା, ସାହିତ୍ୟକୃର୍ତ୍ତି ଓ ଓଡିଶା ତଥା ପଶ୍ଚିମବଙ୍ଗ ଉପାନ୍ତ ଅଞ୍ଚଳରେ ଏକ ନିଆରା ଭାତୃଭାବ ସୃଷ୍ଟି କରିବା ସହ ଉପାନ୍ତରେ ଓଡିଶାର ଜାଗ୍ରତ ପ୍ରହରୀ ବୋଲି କହିଥିଲେ । ସମାନ୍ତରେ ଓଡିଆ ସାହିତ୍ୟ, ଭାଷା, ସଂସ୍କୃତି ସୁରକ୍ଷା କ୍ଷେତ୍ରରେ ଦୀନକୃଷ୍ଣ ସ୍ମୃତିପରିଷଦ ଏକ ଜାଗ୍ରତ ପ୍ରହରୀ । ନିଜ ମା ମାଟି ଓ ଜନ୍ମଭୂମୀ ପ୍ରତି ତାଙ୍କର ଅବଦାନ ରହିଛି । ବୟସାଧିକ୍ୟ ହେଲେ ମଧ୍ୟ ତାଙ୍କ ଅନ୍ତରାମର ତାରୁଣ୍ୟ ତାଙ୍କୁ ଅଧିକ କାର୍ଯ୍ୟଦକ୍ଷ କରି ପାରିଛି ବୋଲି କହିଥିଲେ । ପଶ୍ଚିମବଙ୍ଗର ସମାଜସେବୀ ତଥା ଭାତୃପ୍ରେମର ଜ୍ଜଳନ୍ତ ନିଦର୍ଶନ ଅଲୋକ ନନ୍ଦୀ ଉପାନ୍ତ ଅଞ୍ଚଳରେ ବିପିନ ବିଶ୍ୱାଳଙ୍କ ସାହିତ୍ୟ ରଚନା, କବି ଦୀନକୃଷ୍ଣଙ୍କ ଉପରେ ଗବେଷଣା ଓ ଦୁଇରାଜ୍ୟରେ ବନ୍ଧୁତା ସୃଷ୍ଟି କରିବାରେ ସତତ ଚେଷ୍ଠିତ ବୋଲି କହିଥିଲେ । ବିଶିଷ୍ଟ ଗାନ୍ଧୀବାଦୀ ନେତା ଡ. ଆଦିତ୍ୟ ପଟ୍ଟନାୟକ, ପ୍ରଶାସକ ଡ. ପ୍ରଦୀପ ଦାସ ଯୋଗ ଦେଇ ଶ୍ରୀ ବିଶ୍ୱାଳଙ୍କ ବହୁ ପ୍ରତିଭା ସଂପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ ଅଭୟ ସୁତାର, ଡା. ହରିହର ପାଣିଗ୍ରାହୀ, ଡା. ରଘୁନାଥ ମହାନ୍ତି, ଡ. ଅଂଶୁମାନ ମିଶ୍ର, ଜବା ହେମ୍ବ୍ରମ, ଡ. ପଦ୍ମଲାଭ ପ୍ରଧାନ, ଡ. ବିଜୟ କୁମାର ମିଶ୍ର, ନାରାୟଣ ସାହୁ, କବି ବାଞ୍ଛାନିଧି ମହାନ୍ତି, ଗଣେଶ ପରିଡ଼ା, ସଚ୍ଚିଦାନନ୍ଦ ମହାନ୍ତି, ବାସୁଦେବ ନାପିତ, ହରେନ୍ଦ୍ର ବାରିକ, ଅଧ୍ୟାପକ ବ୍ରଜ ମଲ୍ଲିକ, ଇନ୍ଦୁମତି ଗିରି, ଅନନ୍ତ ଦାସ, ଜର୍ମାନର ପ୍ରଫେସର ଲିକ ଫେଲା, ରାଜୀବ ରାଉତ, ସରୋଜ ପାଣିଗ୍ରାହୀ, ସୁଶାନ୍ତ ଦାସ, ହରିହର ପାଣିଗ୍ରାହୀ, ନବକୁମାର ଦାସ, ବସନ୍ତ ଦାସ, ମନୋରଞ୍ଜନ ଦାସ ମହାପାତ୍ର, କାର୍ତ୍ତିକ ଦାସ, ସୁବଳ ପଣ୍ଡା, ତିର୍ଥେଶ ରାୟ ମହାଶୟ, ରାଜଶ୍ରୀ ଜେନା ପ୍ରମୁଖ ପ୍ରଫେସର ବିଶ୍ୱାଳ ଓ ତାରୁଣ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । କବିତା ପାଠୋତ୍ସବରେ କମିଟିର ସଂପାଦକ କବି ବ୍ରଜେନ୍ଦ୍ର ଗିରିଙ୍କ ସଭାପତିତ୍ୱରେ ୪୦ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ । ତାରୁଣ୍ୟ-୧୬କୁ ମୁଖ୍ୟଅତିଥି ଡ. ପଢିହାରୀ ଉନ୍ମୋଚନ କରିଥିଲେ । ଜନ୍ମଦିନ ସମ୍ବର୍ଦ୍ଧନାର ଉତ୍ତରରେ ପ୍ରଫେସର ବିଶ୍ୱାଳ ତାରୁଣ୍ୟର ଉତକର୍ଷତା, କାର୍ଯ୍ୟକାରିତା, ଉଦ୍ଦମତା ସଂପର୍କରେ କହିଥିଲେ । ଡ. ଅଜିତକୁମାର ମହାନ୍ତି ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ କରିଥିବା ବେଳେ ସୁବଳ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜ୍ୟୋତିଷ କୁମାର କର, ଶରତ ପରିଡ଼ା, ସରୋଜ ପାଣିଗ୍ରାହୀ, ସୁଶାନ୍ତ ଦାସ ପ୍ରମୁଖ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଗୁରୁ ପ୍ରମୋଦ ଚନ୍ଦ୍ର ପଣ୍ଡା ଓ ଗୁରୁ ମହୋଶ୍ୱର ପ୍ରଧାନଙ୍କ ସଂଯୋଜନାରେ ପ୍ରାରମ୍ଭିକ ସଂଗୀତ ଓ ଦୀନକୃଷ୍ଣ ଭଜନ ପରିବେଶଣ କରାଯାଇଥିଲା । ନଳିନୀ ମହାପାତ୍ର ବେଦମନ୍ତ୍ର ଉଚ୍ଚାରଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା