ସାମ୍ବାଦିକ ମାନଙ୍କ ପ୍ରଚେଷ୍ଟାର ଅନ୍ତ ଘଟିଛି…

ସୋରଡ଼ା (ସମୃଦ୍ଧ ଓଡିଶା) ଦୀର୍ଘଦିନ ଧରି ସାମ୍ବାଦିକମାନେ ପ୍ରସ୍ କ୍ଲବ ଗଠନ ପାଇଁ କରିଚାଲିଥିବା ପ୍ରଚେଷ୍ଟାର ଆଜି ଅନ୍ତ ଘଟିଛି । ଆଜି ସୋରଡ଼ା ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଭାଇମାନେ ପ୍ରେସ କ୍ଲବ ଗଠନ ପାଇଁ ଅଣ୍ଟା ଭିଡ଼ିଥିଲେ ଓ ତାହାକୁ ସଫଳ ମଧ୍ୟ କରିଛନ୍ତି । ଆଜିକା ଦିନରେ ସାମ୍ବାଦିକ ମାନଙ୍କୁ ତଥା ସାମ୍ବାଦିକତାକୁ ସମ୍ମାନ କରୁନଥିବା ଲୋକଙ୍କ ପାଇଁ ଏହା ଏକ ଚିନ୍ତାର କାରଣ ପାଲଟିବ ସେଥିରେ କିଛି ସନ୍ଦେହ ନାହିଁ । ସୋରଡ଼ା ବ୍ଲକ ଖାରିଗୁଡା ନିକଟସ୍ଥ ମେଗା ନର୍ସରୀ ଠାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ନୂତନ ଭାବେ ପ୍ରେସ କ୍ଲବ ଗଠିତ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ଅନିଲ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ସମ୍ମାନିତ ଅତିଥି ରୂପେ ଜିଲ୍ଲା ଉପସଭାପତି ଦେବୀପ୍ରସାଦ ଦାସ ଏବଂ ଜଗନ୍ନାଥ ପ୍ରସାଦ ପ୍ରେସ କ୍ଲବ ସଭାପତି ଚନ୍ଦ୍ରକେତୁ ରାଉତ ଯୋଗ ଦେଇଥିଲେ । ସର୍ବସମ୍ମତି କ୍ରମେ ସଭାପତି ରୂପେ ସମରେନ୍ଦ୍ର କୁମାର ସାହୁ (ରାଜେଶ୍), ଉପସଭାପତି କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ରୂପେ ରାଜେଶ୍ କୁମାର ପଣ୍ଡା, ସହ ସମ୍ପାଦକ ରୂପେ ମନୋଜ ଗୌଡ, କୋଷାଧ୍ୟକ୍ଷ ଭାବରେ ସତ୍ୟକାନ୍ତ୍ ପାତ୍ର, ଉପଦେଷ୍ଟା ରୂପେ ଏ.ସାରଥୀ, ଉତ୍କଳ ସାମ୍ବାଦିକ ସଂଘର ସଂଯୋଜକ ଭାବରେ ଇମ୍ଦାଦ୍ ସାରିଫ୍ ଓ ଆଇନ୍ ପରାମର୍ଶ ଦାତା ଭାବରେ ଅରୁଣ କୁମାର ଦାଶ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟିରେ ସୁମନ ରଣା, କାଳୁ ଚରଣ ମହାପାତ୍ର, ଆଶୁତୋଷ ପଟ୍ଟନାୟକ, ଦିଲ୍ଲୀପ ପଗଡ, ରାଜେଶ୍ ସ୍ୱାଇଁ, ଲୋକନାଥ ମହାନ୍ତି, ସନ୍ତୋଷ ସାହୁ ମନୋନୀତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭୂପାଦ୍ ଜେନା, ଚିତ୍ତରଞ୍ଜନ ଗନ୍ତାୟତ ସହଯୋଗ କରିଥିଲେ । ଜନସାଧାରଣଙ୍କୁ ଉଚିତ୍ ନ୍ୟାୟ ଦେବା ସହିତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଅର୍ଥାତ୍ ସାମ୍ବାଦିକତାର ମୂଲ୍ୟକୁ ସଦାସର୍ବଦା ବଜାୟ ରଖିବା ଏହି ପ୍ରେସ କ୍ଲବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ