ଅସହାୟ ବିଧବା ମହିଳା ୨ମାସ ହେଲା ପାଉନି ଅର୍ନ୍ତଦ୍ୱୟ ଚାଉଳ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ମହାମାରୀ ବେଳେ ଲୋକଙ୍କ ଆର୍ଥୀକ ମେରୁଦଣ୍ଡ ଦହଲି ଯାଇଛି । ପୁଣି ସାଧାରଣ ଗରିବ ଅସହାୟ ଲୋକଙ୍କ ଅବସ୍ଥା କହିଲେ ନ ସରେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନ ନଛିମପୁର ଗ୍ରାମରେ । ଗ୍ରାମର କଟି ରଣା (୬୧) ଜଣେ ଅସହାୟ ବିଧବା ଆଦିବାସୀ ମହିଳା । ବହୁ ଦିନରୁ ତାର ସ୍ୱାମୀ ହାତଛାଡି ଆରପାରିକୁ ଚାଲିଯିବାପରେ ସେ ଏବେ ଏକାକୀ । ସରକାରୀ (ଅନାବାଦି)ଜାଗା ରେ ଏକ ଝୁମ୍ପୁଡି ଘରେ ଏକାକୀ ଦିନ କାଟୁଥିବା ବେଳେ ବୃଦ୍ଧାବସ୍ଥାରେ ମଧ୍ୟ ଅତି ଦୟନୀୟ ଅବସ୍ଥାରେ ପରଘରେ ମୁଲ ଲାଗି ଚଳିଆସୁଥିଲେ । ନିଜସ୍ୱ ଜାଗା ନଥିବାରୁ ଆବାସ ଯୋଜନାରୁ ବଂଚିତ ହୋଇଛ ନ୍ତି । କରୋନା ତା ହାତରୁ କାମ ଛଡାଇ ନେଇଥିବା ବେଳେ ପାଉଥିବା ବିଧବା ଭତ୍ତା ଓ ଅର୍ନ୍ତଦ୍ୱୟ ଚାଉଳ ଏକମାତ୍ର ଭରସା । ଦେଲେ ଦୁଃଖ ଦାଉ ସାଜିଲା ପରି ୨ ମାସ ହେଲା ଅନ୍ତଦ୍ୱର‌୍ୟ ଚାଉଳ ପାଇାରୁ ବଂଚିତ ହୋଇଛି । ସରକାରଙ୍କ ନିୟମ ଅନୁଯାୟୀ ହିତାଧିକାରୀର ଆଙ୍ଗୁଠି ଛାପ କିମ୍ବା ଆଖି ନମୁନା ଦେଇ ଚାଉଳ ନେବାର ବ୍ୟବସ୍ଥା ହୋଇଥିବା ବେଳେ ସେ ଅତ୍ୟନ୍ତ ଦୁର୍ବଳ ଓ ବୃଦ୍ଧା ହୋଇଥିବାରୁ ତାର ଆଙ୍ଗୁଳି ଛାପ କିମ୍ବା ଆଖି ନମୁନା ମେଳ ଖାଉନଥିବାରୁ ଡିଲର ୨ ମାସ ହେଲାଣି ରାସନ୍ ଦେଇପାରୁ ନାହିଁ । ତାର କାର୍ଡ ନଂ ୦୨୦୫୧୪୧୧୧୯୩ରେ ସେ ଏକମାତ୍ର ହିତାଧିକାରୀ ଥିବାରୁ ଏହି ରାସନ୍ ପାଇବାରୁ ବଂଚିତ ହୋଇଛନ୍ତି । ଏ ସମ୍ପର୍କରେ ସେ ସରପଂଚ ଦୀପାଳୀ ଜେନାଙ୍କୁ ଯୋଗାଯୋଗ କରିବା ପରେ ସେ ଆଜି ଶୁକ୍ରବାର ବିଡିଓ ଦିପ୍ତିରଂଜନ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖୁବ୍ ଶୀର୍ଘ ଯୋଗାଣ ବିଭାଗ ସହିତ ଆଲୋଚନା କରି ଚାଉଳ ପାଇବାର ବ୍ୟବସ୍ଥା କରିବେ ବୋଲି ବିଡିଓ ପ୍ରତିଶୃତି ଦେଇଛନ୍ତି । ତାକୁ ଏକ ଘରଡିହ ପଟା ଯୋଗାଇ ଦେବା ସହିତ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବାରୁ ଗ୍ରାମର ନରୋତ୍ତମ ପ୍ରଧାନ, ଦୁର୍ଗଶଂକର ଗିରି, ଅନାରି ଚରଣ ଗିରି, ଦେବବ୍ରତ ରାଜ, ହରିଶଂକର ଗିରି, ସପନ ଜେନା, ସପନ ଗିରି ପ୍ରମୁଖ ବହୁ ବ୍ୟକ୍ତି ଦାବି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା