ସାମ୍ବାଦିକଙ୍କ ପିତୃ ବିୟୋଗ…

ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଜଗନ୍ନାଥପ୍ରସାଦ ବ୍ଳକ୍ ପ୍ରତାପୁରର ‘ସମ୍ବାଦ’ ପ୍ରତିନିଧି ଧନଞ୍ଜୟ ପଟ୍ଟାନାୟକଙ୍କ ବାପା ବାଳକୃଷ୍ଣ ପଟ୍ଟନାୟକଙ୍କ ଆଜି ସକାଳେ ହୃଦଘାତରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ପଟ୍ଟନାୟକ ଜଣେ ମିଷ୍ଠଭାଷୀ, ବନ୍ଧୁ ବତ୍ସଳ ଓ ଅମାୟିକ ବ୍ୟକ୍ତି ଥିଲେ । ଆଜି ସକାଳେ ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ଭଞ୍ଜନଗର ଡାକ୍ତରଖାନକୁ ଅଣାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ହୋମିଓ ପାଥି ଚିକିତ୍ସାରେ ଅଞ୍ଚଳର ବହୁ ଲୋକଙ୍କ ଚିକିତ୍ସା କରିଥିବା ବେଳେ ସତ୍ୟସାଇ ସଙ୍ଗଠନ ସହ ଜଡିତ ହୋଇ ବହୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରିଥିଲେ । ତାଙ୍କର ଏହି ବିୟୋଗରେ ସ୍ଥାନିୟ ଅଞ୍ଚଳ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ, ତିନି ପୁଅ ଧନଞ୍ଜୟ, ଜନ୍ମେଞ୍ଜୟ ଓ ମୃତ୍ୟୁଞ୍ଜୟଙ୍କ ସମେତ ବୋହୁ ନାତିନାତୁଣୀ ଉପସ୍ଥିତ ଥିଲେ ।