ସାମ୍ବାଦିକଙ୍କୁ ବି ଛାଡିଲେନି ମାଜିଷ୍ଟ୍ରେଟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଦେଶରେ ଓ ରାଜ୍ୟରେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୁତାଣୁ ସଂକ୍ରମଣ ବଢି ଚାଲିଥିବା ବେଳେ ଲକ ଡାଉନ ଓ ସୁଟ ଡାଉନ କଡାକଡ଼ି ଭାବେ ପାଳନ କରାଯାଉଥିବା ଦେଖା ଯାଉଛି । ଯେ ହେତୁ ସମ୍ପୃକ୍ତ ଅଞ୍ଚଳର ମାଜିଷ୍ଟ୍ରେଟ ଏଥିପାଇଁ ଉତ୍ତରଦାୟୀ ତେଣୁ ତାଙ୍କ ସମ୍ମୁଖରେ ଯେ କେହି ପଡିଲେ ମଧ୍ୟ ତାଙ୍କୁ ଛାଡିବା ଉଚିତ ମଣୁ ନାହାନ୍ତି । ଆଜି ସକାଳୁ ସକାଳୁ ଛତ୍ରପୁର ସହରରେ ନିଜେ ମାଜିଷ୍ଟ୍ରେଟ ଉପସ୍ଥିତ ରହି ପୋଲିସ ନେଇ ଚେକିଂ କରୁଥିବା ବେଳେ ଯେଉଁମାନେ ବିନା କାରଣରେ ବୁଲୁଥିବା ଓ ମାକ୍ସ ପିନ୍ଧି ନ ଥିବା ଜନତାଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଏପରିକି ଜଣେ ସାମ୍ବାଦିକ ମାକ୍ସ ପିନ୍ଧି ନ ଥିବାରୁ ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି । କେନ୍ଦ୍ର ଓ ରାଜ୍ୟ ସରକାର କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ପ୍ରତିଷେଧକ ମୂଳକ ଭାବେ ମାକ୍ସ ପିନ୍ଧିବା ନିହାତି ଆବଶ୍ୟକ ଓ କୌଣସି କାରଣ ନ ଥାଇ ଘରୁ ବାହାରକୁ ଆସି ବୁଲିବା ଅନାବଶ୍ୟକ ବୋଲି ପରାମର୍ଶ ଦିଆଯାଇଥିଲେ ସୁଦ୍ଧା ବୁଦ୍ଧିଜୀବୀ ଭାବେ ପରିଚିତ ସାମ୍ବାଦିକମାନେ ମଧ୍ୟ ଯଦି ମାକ୍ସ ନ ପିନ୍ଧି ବାହାରେ ବୁଲିବେ ତାହେଲେ ଅନ୍ୟମାନେ ତଥା ସାଧାରଣ ଜନତା ସେମାନଙ୍କ ଠାରୁ କଣ ଶିଖିବେ । ଏହାକୁ ଦୃଷ୍ଟିରେ ରଖି ଚେକିଂ ଡିଉଟିରେ ଥିବା ଅଧିକାରୀମାନେ ଜୋରିମାନା ଆଦାୟ କରିବା ଓ ପୋଲିସ ବାଡେଇବା କିଛି ଆଯୁକ୍ତିକର ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ବର୍ତ୍ତମାନ ବ୍ରହ୍ମପୁର ଓ ଛତ୍ରପୁର ସହରରେ କଡାକଡ଼ି ଭାବେ ଲକ ଡାଉନ ଓ ସୁଟ ଡାଉନ ଜାରି ରହିଛି । ବାହାରକୁ ବାହାରିଲେ ପୋଲିସର ମାଡ଼ ଭୟରେ କିଛି ଅମାନିଆ ଲୋକ ମଧ୍ୟ ଘର ଭିତରେ ରହିଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

One thought on “ସାମ୍ବାଦିକଙ୍କୁ ବି ଛାଡିଲେନି ମାଜିଷ୍ଟ୍ରେଟ…

Comments are closed.