ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା କେନ୍ଦ୍ରାପଡା ଏସପିଙ୍କ ନିଲମ୍ବନ ଦାବି ସହ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବାକୁ କଳିଙ୍ଗ ସାମ୍ବାଦିକ ସଙ୍ଘ ପକ୍ଷରୁ ପୋଲିସ ଡିଜିଙ୍କୁ ଦାବୀପତ୍ର ପ୍ରଦାନ…..

କଟକ (ସମୃଦ୍ଧ ଓଡିଶା) ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା କେନ୍ଦ୍ରାପଡା ଏସପିଙ୍କ ନିଲମ୍ବନ ଦାବି ସହ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବାକୁ କଳିଙ୍ଗ ସାମ୍ବାଦିକ ସଙ୍ଘ ପକ୍ଷରୁ ପୋଲିସ ଡିଜିଙ୍କୁ ଦାବୀପତ୍ର ଆଜି ପ୍ରଦାନ କରାଯାଇଛି ।ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ତଥା ଚତୁର୍ଥସ୍ତମ୍ବ କୁହାଯାଉଥିବା ସାମ୍ବାଦିକମାନଙ୍କୁ ଅଫିସରମାନେ ଓଡ଼ିଶାରେ ବାରମ୍ବାର ଦୁଃର୍ବ୍ୟବହାର କରି ଆସୁଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଯେଉଁମାନେ ଖବର ସଂଗ୍ରହ କରି ଲୋକ ଲୋଚନକୁ ଆଣୁଛନ୍ତି ସେଇ ମାନଙ୍କ ପାଇଁ ରାଜ୍ୟ ମୁଖିଆ ସବୁ ଜାଣି ଆଖି କାନ ବନ୍ଦ କରି ରଖୁଛନ୍ତି । ଫଳରେ ଅନ୍ୟାୟ, ଅନୀତି, ବ୍ୟଭିଚାର, କଳା ବଜାରିର ମୁଖା ଖୋଲୁଥିବା ସାମ୍ବାଦିକ ମାନେ ଏବେ ଅସହାୟ ହୋଇପଡିଛନ୍ତି । ବିଭିନ୍ନ ସ୍ଥାନରେ ବିଭିନ୍ନ ମହଲରୁ ତାଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି । ଏହା ଗଣତନ୍ତ୍ରର ହତ୍ୟା କହିଲେ ଅତ୍ୟୁକ୍ତି ହେବନାହିଁ । ବିଗତ ଦିନରେ ଏକାଧିକ ଘଟଣା ଘଟିଯାଇଥିଲେ ମଧ୍ୟ ୧୭ତାରିଖ କେନ୍ଦ୍ରାପଡାଠାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଖବର ସଂଗ୍ରହ କରୁଥିବା କାର୍ଯ୍ୟରତ ସାମ୍ବାଦିକ ଅଜେଶ ମଲ୍ଲିକଙ୍କୁ ପୋଲିସ ଏସପି ନୀତି ଶେଖର ଦୁଇଦୁଇଜଣ ପୂର୍ବତନମନ୍ତ୍ରୀଙ୍କ ସମ୍ମୁଖରେ ମାଡ ମାରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଖୋଦ ମୁଖ୍ୟମନ୍ତ୍ରୀ ଗୃହ ବିଭାଗରେ ଥାଇ ଯଦି ଏଭଳି ଘଟଣା ଘଟେ, ତେବେ ରାଜ୍ୟର ଜନସାଧାରଣଙ୍କ ଅବସ୍ଥା ଯାହାହେଉଥିବ ସହଜରେ ଜନସାଧାରଣ ଜାଣିପାରୁଥିବେ । ସାମ୍ବାଦିକଙ୍କ ସୁରକ୍ଷା ଆଇନ୍ ପ୍ରଣୟନ ଓ ମାଡ ମାରିଥିବା ଏସ୍ପିଙ୍କୁ ନିଲମ୍ବନ ଦାବିରେ କଳିଙ୍ଗ ସାମ୍ବାଦିକ ସଂଘ ତରଫରୁ ଲୋୟର ପିଏମ୍ଜି ଠାରେ ପ୍ରତିବାଦ ଜଣାଇ ଧାରଣା ଦିଆଯାଇଥିଲା । ଏଥିରେ ରାଜ୍ୟ ଆବାହକ ସୁକାନ୍ତ ରାଉତ, ସଂପାଦକ ବିଦ୍ୟାଧର ବାରିକ, କୋଷାଧ୍ୟ ଗୌରୀ ପ୍ରସାଦ ମହାନ୍ତି ଯୋଗ ଦେଇ ଦୃଢ଼ ନିନ୍ଦା କରିଥିଲେ । କଳିଙ୍ଗ ସାମ୍ବାଦିକ ସଂଘ ଭୁବନେଶ୍ୱର ଶାଖାର ସଭାପତି ମନୋରଂଜନ ମିଶ୍ର ଓ ସଂପାଦକ ସୌଭାଗ୍ୟ ରଂଜନ ମହାନ୍ତିଙ୍କ ଆହ୍ୱାନରେ ସମସ୍ତ ସାମ୍ବାଦିକ ଏକାଠି ହୋଇ ପ୍ରତିବାଦ କରିଥିଲେ । ଏଥିରେ ଭୁବନେଶ୍ୱରର ଉପସଭାପତି ଦେବସ୍ମିତା ମହାନ୍ତି, ମୁଖ୍ୟ ସଂଯୋଜକ ବିମଳ ଚନ୍ଦ୍ର ପ୍ରଧାନ ଓ ରାଜିବ ନୟନ, ସତ୍ୟଜିତ୍ ରାଉତ, ପ୍ରତ୍ୟୁଷ ମହାନ୍ତି, ଅଶୋକ ମହାନ୍ତି, ବିଶ୍ୱରଂଜନ ମିଶ୍ର, ଦେବଦ ପାତ୍ର, ଅତୁଲ୍ୟ ମହାନ୍ତି, ଆରୁଣୀ ରାୟ, ସଂଗ୍ରାମ କେଶରୀ ଦାସ, ଅରବିନ୍ଦ ତ୍ରିପାଠୀ, ଚକ୍ରଧର ମାଝୀ, ପ୍ରିତମ୍ ସାହୁ, ସୁର୍ଜିତ୍ ଧଳ, ସୁଭକାନ୍ତ ଦାସ, ପ୍ରମୁଖଙ୍କ ସହିତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ସଂଧ୍ୟାରେ ପୋଲିସ ମହାର୍ନିେଶକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଥିଲା ।ାନ୍ତି ଯୋଗ ଦେଇ ଦୃଢ଼ ନିନ୍ଦା କରିଥିଲେ । କଳିଙ୍ଗ ସାମ୍ବାଦିକ ସଂଘ ଭୁବନେଶ୍ୱର ଶାଖାର ସଭାପତି ମନୋରଂଜନ ମିଶ୍ର ଓ ସଂପାଦକ ସୌଭାଗ୍ୟ ରଂଜନ ମହାନ୍ତିଙ୍କ ଆହ୍ୱାନରେ ସମସ୍ତ ସାମ୍ବାଦିକ ଏକାଠି ହୋଇ ପ୍ରତିବାଦ କରିଥିଲେ । ଏଥିରେ ଭୁବନେଶ୍ୱରର ଉପସଭାପତି ଦେବସ୍ମିତା ମହାନ୍ତି, ମୁଖ୍ୟ ସଂଯୋଜକ ବିମଳ ଚନ୍ଦ୍ର ପ୍ରଧାନ ଓ ରାଜିବ ନୟନ, ସତ୍ୟଜିତ୍ ରାଉତ, ପ୍ରତ୍ୟୁଷ ମହାନ୍ତି, ଅଶୋକ ମହାନ୍ତି, ବିଶ୍ୱରଂଜନ ମିଶ୍ର, ଦେବଦତ୍ତ ପାତ୍ର, ଅତୁଲ୍ୟ ମହାନ୍ତି, ଆରୁଣୀ ରାୟ, ସଂଗ୍ରାମ କେଶରୀ ଦାସ, ଅରବିନ୍ଦ ତ୍ରିପାଠୀ, ଚକ୍ରଧର ମାଝୀ, ପ୍ରିତମ୍ ସାହୁ, ସୁର୍ଜିତ୍ ଧଳ, ସୁଭକାନ୍ତ ଦାସ, ପ୍ରମୁଖଙ୍କ ସହିତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ଆଜି ସଂଧ୍ୟାରେ ପୋଲିସ ମହାନିର୍ଦେଶକଙ୍କୁ ଭେଟି ଏ ବିଷୟରେ ଆଲୋଚନା ସହିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ରିପୋର୍ଟ :ଭ୍ରାମ୍ୟମାଣ ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା