ସାମ୍ବାଦିକକୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ ପାଇଁ “ଜଗନ୍ନାଥପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ” ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦରେ ବେଆଇନ ଔଷଧ ଚାଲଣ ହେଉଥିବା ଖବର ପାଇ ସାମ୍ବାଦିକ ପବିତ୍ର କୁମାର ମହାପାତ୍ର ଗତ ୧୬ ତାରିଖରେ ଏକ କାରର ଭିଡିଓ ଉତ୍ତୋଳନ କରିବା ବେଳେ ଏଥିରେ ସୁଜିତ ମହାପାତ୍ର ଉତକ୍ଷିପ୍ତ ହୋଇ ସାମ୍ବାଦିକ ଶ୍ରୀ ମହାପାତ୍ରକୁ ଅସଭ୍ୟ ଭାଷାରେ ଗାଳି ଦେବା ସହ ହତ୍ୟା ଧମକ ଦେଇ ଥିଲେ । ଏ ନେଇ ସାମ୍ବାଦିକ ଶ୍ରୀ ମହାପାତ୍ର ଜଗନ୍ନାଥ ପ୍ରସାଦ ପୋଲିସ ଥାନାରେ ଲିଖିତ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସମୟରେ ଅଭିଯୁକ୍ତ ତାପର ଦିନ ସାମ୍ବାଦିକ ଶ୍ରୀ ମହାପାତ୍ର ନାମରେ ମଧ୍ୟ ପାଲଟା ଲିଖିତ ଏତଲା ଦେଇଥିଲେ । ସାମ୍ବାଦିକ ଶ୍ରୀ ମହାପାତ୍ରଙ୍କ ଲିଖିତ ଏତଲା ଅନୁଯାଇ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା, ସାମ୍ବାଦିକଙ୍କ ନାମରେ ହୋଇଥିବା ମିଥ୍ୟା ଏତଲା ଖାରଜ କରିବା ଓ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ପାଇଁ “ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ” ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଦାବୀ ପତ୍ର ଦିଆ ଯାଇଛି । ଆଗାମୀ ୨୩ ତାରିଖ ମଧ୍ୟରେ ଯଦି ଅଭିଯୁକ୍ତକୁ ଗିରଫ କରା ନ ଯାଏ ତାହା ହେଲେ “ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ” ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ୨୪ ତାରିଖ ଦିନ ୧୦.୩୦ ମିନଟ ଠାରୁ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ଦାବି ପତ୍ର ଦେଇଛନ୍ତି ।