ସାମୁଦ୍ରିକ ଝଡ଼ ତିତଲି ଏବେ କଳିଙ୍ଗାପାଟଣାମ ଛୁଇଁଲା :୧୧୬ କି.ମି.ବେଗରେ ପବନ,ପଶ୍ଚିମ ବଙ୍ଗ ମୁଁହାଇଲା ତିତଲି

ବିଶାଖାପାଟଣା:ଅତି ଭୀଷଣ ସାମୁଦ୍ରିକ ଝଡ଼ ତିତଲି ଏବେ କଳିଙ୍ଗାପାଟଣା ଛୁଇଁଛି। ୧୯୦ କିଲୋମି ଆଜି ସକାଳ ୬ଟା ୩୦ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁଛି  । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୬୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାପରେ ଆନ୍ଧ୍ର ସରକାର ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଶାଖାପାଟଣା ଓ ବିଜୟନଗର ଜିଲ୍ଲାପାଳଙ୍କୁ ନିର୍ଦେଶ ଜାରି କରିଛନ୍ତି । ତେବେ ଏହି ବାତ୍ୟା ବିଶାଖାପାଟଣା ଓ ବିଜୟନଗରରେ ଭୀଷଣ ବର୍ଷା କରାଇବ ବୋଲି ପାଣି ପାଗ କହିଛି । ଅତିବେଶୀରେ ପଚାଶ କିଲୋମିଟର ବେଗରେ ପବନ ବହିପାରେ ବୋଲି ଅନୁମାନ କରାଯାଇଛି । ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରେ ନ ପଶିବାକୁ ସତର୍କ କରାଯାଇଛି ।