ସାମାଜିକ ମୂଲ୍ୟବୋଧ/ଜ୍ଞାନ…

ସମାଜ କହିଲେ ଏକ ବ୍ୟାପ୍ତ ପରିସର ଯାହା ଅସଂଖ୍ୟ ଚରିତ୍ରକୁ ନେଇ ଗଠିତ । ସେହି ଅସଂଖ୍ୟ ଚରିତ୍ରର ଭିନ୍ନତା ମଧ୍ୟରେ ଏକତା ସୃଷ୍ଟି କରି ବଂଚିବା ପ୍ରଣାଳୀକୁ ସମାଜ ବୋଲି କୁହାଯାଏ । ଏହା କେବଳ ମଣିଷ ଦ୍ୱାରା ହିଁ ସମ୍ଭବ ହୋଇ ପାରିଛି, କାରଣ ମଣିଷର ସ୍ମରଣ ଶକ୍ତି ଅତି ପ୍ରଖର ଯାହା ଅନ୍ୟାନ୍ୟ ଜୀବ ଜଗତରେ ଦେଖିବାକୁ ମିଳୁନାହିଁ । ହେଲେ ମଣିଷ ଏହି ସଭ୍ୟ ସମାଜ ଗଠନ ଦିଗରେ ନିଜକୁ ପ୍ରୟାଶରତ ରଖି କେତେଯେ ପରିମାର୍ଜିତ ଜ୍ଞାନ ବିତରଣ କରୁଛି ସେସବୁ ସମୟ ସ୍ରୋତର ଗୋଟିଏ ଗୋଟିଏ ନିଦର୍ଶନ ମାତ୍ର । ସମୟ ସ୍ରୋତରେ ମଣିଷ ନିଜର ଭାବଧାରା, ଜୀବନ ଶୈଳୀ, ଚରିତ୍ର ଇତ୍ୟାଦି ପରିମାର୍ଜିତ କରିବା ସହିତ ସାମୁହିକ ବିଚାରଧାରାକୁ ସାଙ୍ଗଠନିକ ମନୋଭାବ ପ୍ରଦର୍ଶନ ପୂର୍ବକ ଗଠିତ ମଣିଷ ସମାଜର ଉପସ୍ଥିତ ରୂପରେଖ ଆମେ ସମସ୍ତେ ଦେଖୁଛେ । ଅଧିକନ୍ତୁ ଭୂତ ସମୟର ଜୀବନ ଚରିତ୍ର ତଥା ସାମାଜିକ ରୀତି ନୀତି ଗୁଡିକ ଉପରେ ବିଶଦ୍ ଜ୍ଞାନ ପାଇବା ସହିତ ଆସନ୍ତା ସମୟରେ ଆମ ସାମାଜିକ ସ୍ଥିତି କ’ଣ ହେବାକୁ ଯାଉଛି କିଂଚିତ ଅନୁମାନ କରିହେଉଛି ବର୍ତ୍ତମାନକୁ ଦେଖିଲେ ଯାହା ପ୍ରାୟତଃ ସମସ୍ତଙ୍କୁ କିଛି ମାତ୍ରାରେ ବୁଝୁଥିବ ବୋଲି ଆମର ଅନୁମାନ । ସାମାଜିକ ପରିଚାଳନା ଜ୍ଞାନ ତଥା ସାମାଜିକ ରୀତି ନୀତି ଗୁଡିକୁ ନିଜସ୍ୱ ଭାବଧାରା ମଧ୍ୟରେ ରଖି ସମସ୍ତଙ୍କ ସହିତ ସମାନ୍ତରାଳ କରି ଚାଲିବା ସମସ୍ତ ମଣିଷଙ୍କ ପରିପାଶ୍ୱର୍ିକ ଶୈଖିକ ଚରିତ୍ର । ସେହି ଚରିତ୍ର ମଧ୍ୟରେ କେତେକ ଜନ୍ମଗତ ଚରିତ୍ର ପ୍ରବାହ ପୂର୍ବକ ସଭ୍ୟ ସମାଜର ନୀତି ଗୁଡିକୁ ଅବମାନନା ପୂର୍ବକ ପ୍ରତ୍ୟାଖ୍ୟାନ କରୁଥିବା ମଣିଷ ମଧ୍ୟ ଦେଖିବାକୁ ମିଳନ୍ତି ଅନେକ କ୍ଷେତ୍ରରେ । ସାମାଜିକ ନୀତି, ରୀତି ଗୁଡିକ ସମସ୍ତଙ୍କୁ ସୁହାଇଲା ଭଳି ପ୍ରସ୍ତୁତ କରାଯାଇ ଅନିଚ୍ଛା ସତ୍ୱେ ସମସ୍ତେ ସେହି ଧାରାରେ ବନ୍ଧା ହୋଇ ଜୀବନ ଅତିବାହିତ କରିବା ସିରୋଧାର୍ଯ୍ୟ କରିବାକୁ ପଡିଥାଏ କୌଣସି ଏକ ସମାଜରେ ବଂଚିବାକୁ ହେଲେ । ଅନେକ ସମୟରେ ସେଗୁଡିକର ବିପରୀତେ କାର୍ଯ୍ୟକ୍ଷମ ମଣିଷ ମଧ୍ୟ ଦେଖିବାକୁ ମିଳନ୍ତି ଯାହାଙ୍କ ପାଇଁ କେତେକ ଦଣ୍ଡ ବିଧାନର ପ୍ରାବଧାନ ରହିଥାଏ ସମାଜରେ । ସମାଜର ସେହି ଆଇନ ତଥା ଅସାମାଜିକ ଚରିତ୍ର ପ୍ରବାହ ଜନିତ ଦଣ୍ଡକୁ ସ୍ୱୀକାର କରିବା ଜଣେ ସାଧାରଣ ନାଗରିକର ସର୍ବାଦୌ କର୍ତ୍ତବ୍ୟ ହୋଇଥାଏ । ଅଧିକନ୍ତୁ ସେଗୁଡିକୁ ଉପଯୁକ୍ତ ମାନ୍ୟତା ଦେଇ ସ୍ୱୀକାର କରିବା ଏବଂ ତାହାର ପ୍ରଚାର, ପ୍ରସାର କରି ନୂତନ ଅଗନ୍ତୁକଙ୍କୁ ପ୍ରେରଣା ଯୋଗାଇବା ଜଣେ ସଭ୍ୟ ମଣିଷର କର୍ତ୍ତବ୍ୟ ହେବା ନିତାନ୍ତ ବିଧେୟ । ଉପସ୍ଥିତ ସମୟର ସାମାଜିକ ରୀତି, ନୀତି ଗୁଡିକ ଉପରେ ବିଷଦ୍ ବ୍ୟାଖ୍ୟା କରିବା କୌଣସି ଆବଶ୍ୟକ ନୁହେଁ, କାରଣ ସମସ୍ତେ ତାହା ସହିତ କୌଣସି ମତେ ଜଡିତ ରହି ସବୁ ବୁଝୁଥିବେ । ସାମାଜିକ ନିୟମ ତଥା ତାହାର ସଦୁପଯୋଗ କରାଯିବା ବିପରୀତେ ସାମାଜିକ ଜ୍ଞାନ, ଭାବଧାରାକୁ ପଛରେ ପକାଇ କୌଣସି ଉପାୟରେ ନିଜସ୍ୱ ସ୍ୱାର୍ଥ ହାସଲ କରିବା ପାଇଁ ସମସ୍ତ ଚେଷ୍ଟା କରିବା ସହିତ ନିଜର ତଥା ରାଷ୍ଟ୍ରର କ୍ଷତି ସାଧନ କରୁଥିବା ମଣିଷଙ୍କ ବିଷୟରେ ବ୍ୟାଖ୍ୟା ନକରିବା ଭଲ । କାରଣ କେତେଜଣ ସେଇଥିରୁ ବାଦ୍ ପଡ଼ିଥିବେ ସମସ୍ତେ ଜାଣନ୍ତି । ବଡ ଦୁଃଖର ବିଷୟ ଏହାଯେ ନିଜ ହାତରେ ଗଠନ କରିଥିବା ସାମୁହିକ ସମାଜକୁ ଆମେ ସମସ୍ତେ ମିଳିମିଶି ଉଜାଢ଼ି ଦେବାରେ ତିଳେ ହେଲେ ଦ୍ୱିଧା ଅନୁଭବ ହେଉନାହିଁ କାହାର ?!! ସାମାଜିକ ଭାବଧାରା ଗୁଢ଼ିକର ମୂଲ୍ୟାୟନ କରିବା କିମ୍ବା ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରି ଦିନକୁ ଦିନ ପରିମାର୍ଜିତ କରିବା ବିପରୀତେ କଳୁଷିତ କରିଚାଲିଥିବା ଆମ ଭାବଧାରାର ଭବିଷ୍ୟତ କ’ଣ ଭାବୁ ନାହାନ୍ତି କେହି । ନିଶ୍ଚିତ ଭାବେ ଏହା ଏକ ଅମାନୁଷିକ ବିଚାର ଯାହା ଦିନକୁ ଦିନ ମଣିଷ ସମାଜର ଅବନତି ଦିଗରେ କାର୍ଯ୍ୟକ୍ଷମ ହେବାରେ ଲାଗୁଛି । ତେଣୁ ସାମାଜିକ ବ୍ୟବସ୍ଥାର ଶୀର୍ଷ କ୍ଷେତ୍ରରେ ରହିଥିବା ସମସ୍ତ ମଣିଷ ଏହାର ପୁନରୁଦ୍ଧାର ଦିଗରେ ଚେଷ୍ଟିତ ହେବା ଆବଶ୍ୟକତା ରହିଛି ଆଜି ସମୟରେ । ଅତ୍ୟନ୍ତ ଦୁଃଖର ସହିତ ପ୍ରକାଶ କରାଯିବା ଅର୍ଥ ଏହାଯେ ଯେଉଁ ମଙ୍ଗ ଧରି ସମଗ୍ର ମଣିଷ ସମାଜ ଅଗ୍ରଗାମୀ ହେଉଛି ସେହି ମଙ୍ଗରେ ଅବସ୍ଥାପିତ ମଣିଷ ଗୁଡିକ ଅତ୍ୟନ୍ତ ଅମାନୁଷିକ, ଅସାମାଜିକ ଆଚରଣ କରି ସମଗ୍ର ସମାଜକୁ ରସାତଳ ଗାମୀ କରିବାରେ ଯଥେଷ୍ଟ ସହାୟକ ହେଉଛନ୍ତି ଆଜି ସମୟରେ । ସାମାଜିକ ସଂସ୍କାର ପାଇଁ ପ୍ରୟାସରତ ବୋଲି ନିଜର ମିଥ୍ୟା ପ୍ରତିଭା ତଥା ଷଡ଼ଯାନ୍ତ୍ରୀକ ପ୍ରବଚନ ଦେଇ ସାମାଜିକ ବ୍ୟବସ୍ଥାରେ ଅଧିଷ୍ଠିତ କ୍ରୁର ମଣିଷ ଗୁଡିକ ବିଷୟରେ କେତେକ ଲୋକଙ୍କୁ ବୁଝା ପଡୁଥିଲେ ମଧ୍ୟ ଅଧିକାଂଶ ମଣିଷ ବୁଝି ପାରୁନଥିବା ହେତୁ ଉପସ୍ଥିତ ସମୟର ସାମାଜିକ ସ୍ଥିତି ବିଷୟରେ ବିଶେଷ ବ୍ୟାଖ୍ୟା କରିବା କୌଣସି ଆବଶ୍ୟକ ନାହିଁ । ସତ୍ୟର ଆଢୁଆଳରେ ନିଜସ୍ୱ ସ୍ୱାର୍ଥ ଦିଗରେ ନିମଜ୍ଜିତ କଳୁଷିତ ମଣିଷ ମାନଙ୍କ ବିଚାରଧାରା ତଥା କାର୍ଯ୍ୟକ୍ଷମତା ଗୁଡିକୁ ଉପଯୁକ୍ତ ସମୀକ୍ଷା ନକରି ମିଥ୍ୟା ମିଷ୍ଟଭାଷିତା ମଣିଷଙ୍କ ପ୍ରତି ନିର୍ବୋଧ ସହଯୋଗ କରିବାରେ ତିଳେ ହେଲେ ଦ୍ୱିଧା ନାହିଁ । ଅତ୍ୟନ୍ତ ନିରୀହ, ନିର୍ବିକାର, ନିଛନ୍ଦ ମଣିଷଙ୍କୁ ସାଧାରଣରେ ଲୋଭାସକ୍ତ କରାଇ ସେମାନଙ୍କ ଅର୍ଥକୁ ବାଟମାରଣା କରି ସାମାଜିକ ସ୍ଥିତି ଦୁର୍ବଳ କରୁଥିବା କ୍ରୁରଚକ୍ରୀଙ୍କ ଷଡ଼ଯନ୍ତ୍ରକୁ ବୁଝିବା ବିପରିତେ ସେମାନଙ୍କ ମିଥ୍ୟାବାଦୀ କୁହେଳିକା ଗୁଡିକୁ ସମର୍ଥନ କରୁଥିବା ମଣିଷଙ୍କ ସ୍ଥିତି ଏକ ଭିନ୍ନ ସ୍ତରରେ ! କିଏ କାହାକୁ କହି ବୁଝାଇବା, ସତ୍ୟକୁ ଉନ୍ମୋଚନ କରି ମିଥ୍ୟାକୁ ତିରସ୍କାର କରିବା ପରିବେଶ ନାହିଁ, ଯାହା କ୍ରୁର ଚକ୍ରୀଙ୍କ ଷଡ଼ଯନ୍ତ୍ରର ପ୍ରତିଫଳନ ଦେଖିବାକୁ ମିଳୁଛି ଆମ ସମାଜରେ । ସେମାନଙ୍କ ଅଜ୍ଞ ଭାବଧାରା ସହିତ ନିଜକୁ ସଂଯୋଜିତ କରି ନିର୍ବୋଧ ବ୍ୟାପକ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଭବିଷ୍ୟତ ଭଲ ହେବାର ଆଶା ରଖି ଅତ୍ୟନ୍ତ ପ୍ରତାରିତ ହେଉଥିବା ବୁଝି ପାରନ୍ତି ନାହିଁ ଅଜ୍ଞାନ । ଉତ୍ତମ ଚାରିତ୍ରିକ ମଣିଷ ମାନଙ୍କ ଭୂମିକା ଆଜିର ସମାଜରେ ଅତ୍ୟନ୍ତ ନିମ୍ନରେ । ସେମାନଙ୍କ ସାମାଜିକ ପ୍ରଭାବ କୌଣସି ପ୍ରକାରେ ନପଡ଼ି ବରଂ ସତ୍ୟବାଦୀ, ବାସ୍ତବବାଦୀଙ୍କ ବକ୍ତବ୍ୟ ଆଜି ନେପଥ୍ୟରେ କୋଳାହଳ ଭଳି ଶୁଭୁଛି ! ମିଥ୍ୟାବାଦୀଙ୍କ ପ୍ରହେଳିକାରେ ସମସ୍ତେ ମିଥ୍ୟଚାରୀ ଭଳି ବଂଚିବା ଶିକ୍ଷା କରୁଛନ୍ତି ! ସାମାଜିକ ଚେତନା କାହାରି ମନରେ ଜାଗ୍ରତ ହେଉନାହିଁ । ଜାଗ୍ରତ ହେଉଥିବା ମଣିଷଙ୍କ ସମାଜରେ ସ୍ଥାନ ନାହିଁ ! ସାମାଜିକ ଚରିତ୍ରର ମୂଲ୍ୟବୋଧ ନାହିଁ ! ସାମାଜିକ ଜ୍ଞାନ ଆହରଣ କରିବାର ଉତ୍ସ ନାହିଁ ! ଆଗକୁ କ’ଣ କାହାର ବିଚାର ନାହିଁ ! ଉପସ୍ଥିତ ସମୟକୁ ଧରି ନଚାଲିଲେ ବଂଚିବା ସମ୍ଭବ ନାହିଁ ! ଏହି ଭାବଧାରରେ ନିମଜ୍ଜିତ ମଣିଷଙ୍କ ସଂସ୍କାର ଦିଗରେ ପରିଚାଳିତ ହେବା ଭଳି ପରିବେଶ ନାହିଁ ! ଭବିଷ୍ୟତ ଯାହା ହେବ ସ୍ୱୀକାର୍ଯ୍ୟ ବୋଲି ଭାବୁଥିବା ମଣିଷଙ୍କ ସଂଖ୍ୟା ଯଥେଷ୍ଟ ଉର୍ଦ୍ଧରେ । ସାମାଜିକ ମୂଲ୍ୟବୋଧ/ଜ୍ଞାନ ଆହରଣ, ବିତରଣ କରିବା ପରିବେଶ ଅଭାବରୁ ସଚେତନ ଆଜି ମୁକ ଅବସ୍ଥାରେ । ଯାହା ହେବ ଦେଖି ନିଜ ଜୀବନକୁ ସୁରକ୍ଷିତ ରଖି ଅନ୍ୟର ଦୁଃଖରେ ଭାଗିଦାରୀତା କରିବାର କୌଣସି ପ୍ରେରଣା ନାହିଁକି ଆକାଂକ୍ଷା ନାହିଁ । ଏମିତି ଆମରି ହାତରେ ଉଜାଡି ଦେଉଥିବା ଆମ ପୂର୍ବଜଙ୍କ ମଣିଷ ସମାଜକୁ ଉଦ୍ଧାର କରିବା ବିପରୀତେ ଉପସ୍ଥିତ ସମୟର ମିଥ୍ୟାବାଦୀଙ୍କ ପ୍ରରୋଚନାରେ ପ୍ରଚଳିତ ଆମର ମିଥ୍ୟଚାରୀ ଜୀବନର ଅନ୍ତ କେଉଁଠି ବିଚାର ଶୂନ୍ୟ ମଣିଷଙ୍କ ଭବିଷ୍ୟତ କ’ଣ ବୁଝି ହେଉନାହିଁ । କି’ନ୍ତୁ ସାଧାରଣ ମଣିଷ ଗୁଡିକ ନିଜର ଜୀବନ ସନ୍ତୁଳନ ଦିଗରେ ଅଖଣ୍ଡ କର୍ତ୍ତବ୍ୟ ନିଷ୍ଠତା ସେମାନଙ୍କୁ ଭଲରେ ବଂଚିବାକୁ ଦେଉନଥିବା ବେଳେ ସାମାଜିକ ସ୍ଥିତି ପ୍ରତି ଆଗ୍ରହ ରହିବା କେତେ ସମ୍ଭବ ବୋଲି ଆମ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଆପଣଙ୍କ ବିଚାର କ’ଣ…….??!!

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.