ଜଳଯୋଗାଣ ସ୍ୱାବଲମ୍ବୀ କାରିଗର(ଏସଇଏମ)ମାନଙ୍କର ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଦଘାଟିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକର ସୁଗୋ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱାବଲମ୍ବୀ କାରିଗର ମାନଙ୍କର ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଜଳେଶ୍ଵର ବ୍ଲକ ଅଧ୍ୟକ୍ଷ ମାନସ ଜେନାଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦ୍ଦଘାଟିତ  ହୋଇଯାଇଛି । ଅନ୍ୟ ଅତିଥି ଭାବେ ମଧ୍ୟରେ ସୁଗୋ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଅରୁଣ କୁମାର ପରିଡ଼ା, ଓରମାସ ଅଧିନ ନିଆଇଏଏମ ମ୍ୟାନେଜର ସତ୍ୟବ୍ରତ ଦାସ, ମାଷ୍ଟର ଟ୍ରେନର ଦେବାଶିଷ ମହାପାତ୍ର ଉପସ୍ଥିତ ଥିଲେ ସମୃଦ୍ଧ । ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେନା ଗରମ ଦିନରେ ସୂଚାରୁରୂପେ ପାଣି ଯୋଗାଇବା ପାଇଁ ସ୍ୱାବଲମ୍ବୀ କାରୀଗର ମାନଙ୍କୁ କହିଥିଲେ ଓ ୧୦ ଦିନ ତାଲିମ ଭଲ ଭାବେ ନେବାକୁ କହିଥିଲେ । ବ୍ଲକରେ ମୋଟ ୮୪ ଜଣ ଏସଇଏମ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪୨ ଜଣ ତାଲିମ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ଓ ଦ୍ଵିତୀୟ ପର୍ଯ୍ୟାୟ ରାଇବଣିଆ ଅଞ୍ଚଳରେ ଅନ୍ୟ ୪୨ ଜଣ ଏସଇଏମ୍ ଙ୍କୁ ନେଇ ତାଲିମ ଦିଆ ଯିବ ବୋଲି କାର୍ଯ୍ୟାଳୟ ତରଫରୁ ଜଣାପଡ଼ିଛି ।