ସାବିତ୍ରୀ ବ୍ରତ ଉପଲକ୍ଷେ ସାମାଜିକ ଦୂରତା ଫୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱରରେ କରୋନା ସଂକ୍ରମଣ ଥୟ ଧରୁନଥିବା ବେଳେ ପଶ୍ଚିମବଙ୍ଗରୁ ହଜାର ହଜାର ରାଜମିସ୍ତ୍ରୀ ଆସୁଥିବା ଦେଖିବାକୁ ମିଳିଛି । ଜଳେଶ୍ୱରରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳର ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ରାଜମିସ୍ତ୍ରୀ ଜଳେଶ୍ୱର ଅଞ୍ଚଳରେ କାର୍ଯ୍ୟ କରନ୍ତି । କରୋନାର ୨ୟ ଲହର ଆରମ୍ଭ ହେବାପରେ ସେମାନେ ନିଜ ଗାଁକୁ ଚାଲିଯାଇଥିଲେ । ଏବେ ସୀମାସୀଲ ଥିଲେ ମଧ୍ୟ ଗଳାବାଟରେ ହଜାର ହଜାର ସଂଖ୍ୟାରେ ଓଡିଶା ମଧ୍ୟକୁ ପ୍ରବେଶ କରି ଅନାୟାସରେ ବୁଲାବୁଲି କରିବା ସହିତ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେମାନଙ୍କ ନିକଟରେ କୌଣସି କୋଭିଡ୍ ପରୀକ୍ଷା କାଗଜପତ୍ର ନଥିବା ଜଣାଯାଇଛି । ତେଣୁ ଏହି ଅଞ୍ଚଳରେ ଅଧିକ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ଆସନ୍ତାକାଲି ସାବିତ୍ରୀ ବ୍ରତ ଥିବାରୁ ଜଳେଶ୍ୱର ସହରରେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଛି । ଲୋକେ ସାମାଜିକ ଦୂରତାକୁ ଫୁ କରିଥିବା ବେଳେ ପୋଲିସ୍ ପକ୍ଷରୁ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ପ୍ରାୟ ସମସ୍ତ ଦୋକାନ ଆଗରେ ତାଲା, ପଛରେ ମେଲା ରଖି ବ୍ୟବସାୟ ଚାଲୁଥିବା ଦେଖିବାକୁ ମିଳିଛି । ପୋଲିସ୍ କେତେକ ହେଲମେଣ୍ଟ ଓ ମାକ୍ସ ଚେକିଂ କରି ନିଜର କାର୍ଯ୍ୟ ସାରିଥିବା ଦେଖିବାକୁ ମିଳିଛି । ତେଣୁ ଏହାର ପ୍ରତିକାର କରିବାକୁ ବହୁ ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକମାନେ ପ୍ରଶାସନକୁ ନିବେଦନ କରିଛନ୍ତି ।