ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶପତଳିକା ଦାହ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ବପୁଜି ଆଶ୍ରମ ଠାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କୁଶପତଳିକା ଦାହ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ସରକାର ଯୋଗାଉଥିବା ଚାଉଳ ଗୋଖାଦ୍ୟ ବୋଲି ପ୍ରମାଣିତ ହୋଇଛି । ନବୀନ ସରକାରଙ୍କର ଚାଉଳ ଦୁର୍ନୀତି ଏବଂ ଓଡ଼ିଶା ବାସୀଙ୍କ ପ୍ରତି ବିଶ୍ୱାସ ଘାତକ ପଦାରେ ପଡିଯାଇଛି ବୋଲି ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ ଅଭିଯୋଗ କରିଛନ୍ତି । ଏପରିକି ଏହି ଚାଉଳ ମଣିଷ ପାଇଁ ନୁହେଁ ଏହା କେବଳ ଛେଳି, ମେଣ୍ଡା, ଘୋଡା ଓ ଆଦି ଗୋ ଖାଦ୍ୟ ପାଇଁ ଯୋଗ୍ୟ ବୋଲି ସେ କହିଛନ୍ତି । ନବୀନ ସରକାର ୧ ଟଙ୍କିଆ ଚାଉଳ ଦେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲେଇ ଭୋଟ ନେଇଯାଉଛନ୍ତି । ତେବେ ଏଥିରୁ ସ୍ପଷ୍ଟ ଯେ ଏଥିରୁ କୋଟ କୋଟି ଟଙ୍କାର ଅର୍ଥ ବାଟବରଣା ହୋଇଯାଇଛି । ଏଥିଯୋଗୁଁ ଖାଦ୍ୟ ଯୋଗଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଖାଦ୍ୟଯୋଗଣ ସଚିବ ବିକ୍ରମ ଯାଦବ ଇସ୍ତଫା ଦେବା ପାଇଁ ଦାବି କରିଛି ଛାତ୍ର କଂଗ୍ରେସ ।  ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳ, ଚିନ୍ମୟ କୁମାର ହୋତା, ଦେବାଶିଷ ମହାନ୍ତି, ମନୋଜ ଦୋରା, ମିଥୁନ ନାୟକ, ବିଭୁପ୍ରସାଦ ପାତ୍ର, ଶୁଭଙ୍କର ମାଳି, ଗଗନ ସାହୁ, ଦିବାକର ପ୍ରଧାନ ଓ ବହୁ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ ।