ସାନଖେମୁଣ୍ଡି ବିଧାୟକଙ୍କ ମାତା’ ଅପସରି ଜେନାଙ୍କ ବର୍ଷିକା-ଶ୍ରାଦ୍ଧ ଦିବସ ପାଳିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ମାତା ସ୍ୱର୍ଗତ ଅପସରି ଜେନାଙ୍କ ବିୟୋଗର ଏକ ବର୍ଷ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏହି ବାର୍ଷିକୀ ଶ୍ରାଦ୍ଧ ଦିବସ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥିଲା । ଏଥିରେ ବହୁ ଜନସାଧାରଣ ଯୋଗ ଦେଇ ସ୍ୱର୍ଗତ ଅପସରି ଜେନାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ବିଭିନ୍ନ ସ୍ମୃତି ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱର୍ଗତ ଅପସରି ଜେନା ଜଣେ ଧର୍ମପରାୟଣ, ମେଳାପୀ ସରଳ ଓ ମିଷ୍ଟଭାସି ମହିଳା ଥିଲେ । ଏହି ଶ୍ରାଦ୍ଧ ଦିବସ ଅବସର’ରେ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଥିଲା । ଏହି ଶ୍ରାଦ୍ଧ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ, ଅଖିଳ ଭାରତ କଂଗ୍ରେସ କିଷାନର ସଦସ୍ୟ ରଶ୍ମିରଞ୍ଜନ ପଟନାୟକ, ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ସଞ୍ଜୟ ଅଧିକାରୀ, ବେର୍ନିକ ଗମାଙ୍ଗ, ଗଜପତି ଜିଲ୍ଲା ସେବାଦଳ ସଭାପତି କୃଷ୍ଣ କୁମାର ବେହେରା ପ୍ରମୂଖ ଯୋଗ ଦେଇଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା