ରୋଟାରୀ କ୍ଲବ ପକ୍ଷରୁ ମାଗଣା ଡାଇବେଟିସ୍ ପରୀକ୍ଷା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବୁଧବାର ବିଶ୍ୱ ହୃଦୟ ଦିବସ ପରିପ୍ରେକ୍ଷୀରେ ଜଳେଶ୍ୱର ମ୍ୟୁନିସିପାଲଟିରେ ଥିବା ରୋଟାରୀ କ୍ଲବ ଅନୁକୂଲ୍ୟରେ ମାଗଣା ଡାଇବେଟିସ୍ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । ବାସନ୍ତୀପଡିଆଠାରେ ଥିବା ରୋଟାରୀ ଭବନରେ ଅନୁଷ୍ଠିତ ଏହି ପରୀକ୍ଷା ଶିବିରକୁ କ୍ଲବର ସଭାପତି ରାଜେଶ ଖଟୁଆ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ମଣିଭଦ୍ର ଜେନା, ସୁବ୍ରତ ରଣା, ସୁବିର ଚାଟାର୍ଜୀ, ଭାସ୍କର ସ୍ୱାଇଁ, କୁମାରେଶ ଦିନ୍ଦା, ସୂର୍ଯ୍ୟାନନ୍ଦ ପାଳ, ତାରାପଦ ମହାନ୍ତି, ବିକାଶ ଧର, ସୌମ୍ୟସାଗର କାମିଳା, ଡ.ଦୀପ୍ତି ମୟୀ ମହାପାତ୍ର, ନନ୍ଦନ ଦତ୍ତ, ପ୍ରଦୀପ ବେହେରା, ଅଶୋକ ମହାନ୍ତି, ଲେଲିନ୍ ପ୍ରଧାନ, ପ୍ରବୀର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ଶତାଧିକ ଲୋକ ଡାଇବେଟିସ୍ ପରୀକ୍ଷା କରିଥିଲେ ।

ରିପୋର୍ଟ :  ଭୂପତି ପରିଡା