ସାନଖେମୁଣ୍ଡିରେ ଲକଡାଉନ ସ୍ଥିତି ସମୀକ୍ଷା କଲେ ତହସିଲଦାର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବା ବେଳେ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ଗତକାଲି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଲକଡାଉନ ସମୀକ୍ଷା କରିବାକୁ ତହସିଲଦାର ଅମିତ କୁମାର ନାୟକ ସାନଖେମୁଣ୍ଡିରେ ପହଞ୍ଚିଥିଲେ । ସେଠାରେ ତହସିଲଦାରଙ୍କ ସହ ଆରଆଇ, ସମସ୍ତ ଅଧିକାରୀ, ସ୍ଥାନୀୟ ସରପଞ୍ଚ ମିଳିତ ଭାବେ ପ୍ରଥମେ ଗୌତମି ପଞ୍ଚାୟତରେ ପହଞ୍ଚି ମାସ୍କ, ହେଲମେଟ, ରାସନ ଦୋକାନ ଓ ମେଡ଼ିସିନ ଦୋକାନ ଗୁଡିକରେ ସାମାଜିକ ଦୂରତା ନିରୀକ୍ଷକ କରିଥିଲେ ଏବଂ ଦୋକାନଗୁଡିକ ଠାରୁ ଜୋରିମାନା ଆଦାୟ କରାଯାଇଥିଲା । ଏହାପରେ ସାନଖେମୁଣ୍ଡି ତହସିଲଦାର ଓ ଆରଆଇର ଲକଡାଉନ ସ୍ଥିତି ସମୀକ୍ଷା କରିବାକୁ ଗୌତମି, କଙ୍କରଡ଼ା, ଖଲିଙ୍ଗୀ, କଲରାପଦର ପହଞ୍ଚିଥିଲେ । ସୂଚନା ଅନୁଯାୟୀ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତକୁ ଯାଇ ଲକଡାଉନ ସ୍ଥିତି ସମୀକ୍ଷା କରିବା ସହ ମୋଟ ୨୦,୫୦୫ ଟଙ୍କା ଆଦାୟ ହୋଇଥିଲା । ତହସିଲଦାର, ସମସ୍ତ ଆରଆଇ ଅଧିକାରୀଙ୍କ ସହ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତରେ ଜୋରିମାନା ଆଦାୟ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ସାନଖେମୁଣ୍ଡିରୁ ପ୍ରଫୁଲ୍ଲ ସାବତ