କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଓ ସରପଞ୍ଚଙ୍କ ମଧ୍ୟରେ ଭିଡ଼ିଓ କନଫରେନସ ଆଲୋଚନା…

ପୋଲସରା (ସମୃଦ୍ଧ ଓଡିଶା) କରୋନା ମୁକାବିଲା ପାଇଁ ଓଡ଼ିଶାର ଜନସାଧାରଣ ଓ ଲୋକ ପ୍ରତିନିଧି ମାନଙ୍କ ସହଯୋଗ ଏବଂ ପ୍ରଶାସକ, ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ଓ ଅନ୍ୟନ ବିଭାଗ କର୍ମଚାରୀ ବୃନ୍ଦଙ୍କ ଆନ୍ତରିକ ଉଦ୍ୟମରେ ସାରା ଓଡ଼ିଶା ଲଢ଼ୁଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟରେ ଥିବା ୬ ହଜାର ୭ ଶହ ୯୮ ଜଣ ସରପଞ୍ଚ ମାନଙ୍କୁ ନିଜ ପଞ୍ଚାୟତର ଜିଲ୍ଲାପାଳ ଦାୟିତ୍ବ ପ୍ରଦାନ କରି ପଞ୍ଚାୟତର ଯୋଦ୍ଧା ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଏଭଳି ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିକୁ ନେଇ ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଓ ସମସ୍ତ ସରପଞ୍ଚଙ୍କ ମଧ୍ୟରେ ଭିଡ଼ିଓ କନଫରେନସ ମାଧ୍ୟମରେ କରୋନା ମୁକାବିଲା ସମ୍ପର୍କରେ ପର୍ଯ୍ୟାୟ କ୍ରମେ ଆଲୋଚନା ହୋଇଥିଲା । ଏହି ଭିଡ଼ିଓ କନଫରେନସ ଆଲୋଚନାରେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ଏନ୍.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ସମେତ ୨୬ ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଉପସ୍ଥିତ ରହି କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗୁଡିକୁ କିଭଳି କାର୍ଯ୍ୟକାରୀ କରିପାରିବେ ସେ ସମ୍ପର୍କରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନସ ଜରିଆରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ ଓ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ କରୋନା ମୁକାବିଲା ଏବଂ ସଚେତନ ପାଇଁ ଶପଥ ପାଠ କରାଇଥିଲେ । ଲକ୍ ଡାଉନ୍ ସମାପ୍ତି ପରେ ରାଜ୍ୟ ବାହାରୁ ଶହଶହ ବ୍ୟକ୍ତି ନିଜ ନିଜର ଗାଁକୁ ନିଶ୍ଚିତ ଫେରିବେ । ସେତବେଳେ କରୋନା ସଂକ୍ରମଣ ହବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ରାଜ୍ୟ ବାହାରୁ ଆସୁଥିବା ଲୋକ ମାନଙ୍କୁ ନିଜ ପଞ୍ଚାୟତରେ ପ୍ରବେଶ କରାଇବା ପୂର୍ବରୁ ସରପଞ୍ଚ ମାନେ ସେମାନଙ୍କର ନାମ ପଞ୍ଜିକରଣ କରି କ୍ବାରେଣ୍ଟାଇନରେ ରଖିବା ପାଇଁ ପରାମର୍ଶ ଦେବାସହ ଲକ୍ ଡାଉନ୍ ସମୟରେ ସମସ୍ତ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତର ସରପଞ୍ଚ ବୃନ୍ଦ ଲୋକଙ୍କପାଇଁ ଉତ୍ସର୍ଗୀକୃତ ସେବା ଯୋଗାଇ କରୋନା ଯୁଦ୍ଧରେ ବିଜୟୀ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଅନ୍ୟପକ୍ଷରେ କରୋନା ମୁକାବିଲାରେ ପ୍ରକୃତ ଯୋଦ୍ଧା ହେଉଛନ୍ତି ସାମ୍ବାଦିକମାନେ ବୋଲି ପ୍ରଧାନ ମନ୍ତ୍ରୀ ବାରମ୍ବାର କହି ଆସୁଥିଲେ ମଧ୍ୟ ରାଜ୍ୟରେ ସେମାନଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିବା କିମ୍ବା ପଦୁଟିଏ ବି ରାଜନେତାମାନେ ପାଟିରେ ଧରୁ ନ ଥିବା ଦୁଃଖ ଦାୟକ ବୋଲି ବୁଦ୍ଧିଜୀବୀ ମହଲ ଉଦବେଗ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା