ସାଉଥକୋ ମିଟରରିଡର ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ସାଉଥକୋ ମିଟରରିଡର ଶ୍ରମିକ ସଂଘ ପକ୍ଷରୁ ସାଉଥକୋ ୟୁଟିଲିଟିର ନୂତନ (SPOT BILLING) ମିଟର ରିଡିଙ୍ଗ ଟେଣ୍ଡରଟିରେ ପୁରୁଷୋତ୍ତମପୁର ଡିଭିଜନ ଅନ୍ତର୍ଗତ ସମସ୍ତ ୩ଟି ଯାକର (ପୋଲସରା, କୋଦଳା ଏବଂ ପୁରୁଷୋତ୍ତମପୁର) ସବଡିଭିଜନ ମଧ୍ୟରୁ ପୁରୁଷୋତ୍ତମପୁର ସବଡିଭିଜନର କିଛି(୮ଜଣ) ପୁରୁଣା ମିଟରରିଡର କର୍ମଚାରୀଙ୍କୁ ବହିସ୍କୃତ କରିଥିବା ହେତୁ ଏହାର ପ୍ରତିବାଦ କରି ଗତ ୭ଦିନ ହେବ ଠିକାଦାର ଏବଂ ସାଉଥକୋ କର୍ତ୍ତୃପକ୍ଷଙ୍କ ଆଲୋଚନା ବିଫଳ ହେବାରୁ ବାଧ୍ୟ ହୋଇ ଜିଲ୍ଲାଶ୍ରମ ଅଧିକାରୀ(ଛତ୍ରପୁର)ଙ୍କ ପାଖରେ ଫେରାଦ ହୋଇଛନ୍ତି ହୋଇଥିଲା । ଏହାସହ ଜିଲ୍ଲାପାଳଙ୍କ (ଗଞ୍ଜାମ) ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସଂଘର ସଭାପତି ସନ୍ତୋଷ ପଟ୍ଟନାୟକ, ସନାତନ ଜେନା, ବଳରାମ ସାହୁ, ମନୋଜ ପଟ୍ଟନାୟକ, ଅଶୋକ ସେନାପତି ଏବଂ ପୁରୁଷୋତ୍ତମପୁର ଡିଭିଜନର ସମସ୍ତ ମିଟରରିଡର ଉପସ୍ଥିତ ହୋଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା