ସାଇ ଶରଣ ମେଡିକସ୍ ଉଦଘାଟନ କଲେ ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ଡ଼ଃ.ତ୍ରିପତି ପାଣିଗ୍ରାହୀ

ଗୁଣପୁର(ସମୃଦ୍ଧଓଡିଶା)ଆଜି ରାୟଗଡା ଜିଲ୍ଲା ଗୁଣପୁର ସ୍ଥାନୀୟ ଜେ ଜେ ଛକ ଠାରେ ଜିଲ୍ଲାର ପ୍ରଥମ ଅତ୍ୟାଧୁନିକ ଯନ୍ତ୍ରପାତି , କ୍ଲିନିକ୍ ସହ ଔଷଧ ବିକ୍ରି କେନ୍ଦ୍ର ସାଇ ଶରଣ ମେଡିକସ୍ ର ଶୁଭ ଉଦ୍ଘାଟନ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହାଇଟେକ୍ ମେଡିକାଲ ଓ କଲେଜର ଅଧ୍ୟକ୍ଷ ଶ୍ରୀ ତ୍ରିପତି ପାଣିଗ୍ରାହୀ ଓ ନିମନ୍ତ୍ରିତ ଅତିଥି ଭାବେ ଗୁଣପୁର ବିଧାୟକ ଶ୍ରୀରଘୁନାଥ ଗମାଙ୍ଗ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ . କାର୍ଯ୍ୟକ୍ରମରେ ସାଇ ଶରଣ ମେଡିକସ୍ ର ସତ୍ୱାଧିକାରୀ ଶ୍ରୀମତୀ କଲ୍ୟାଣୀ ପାତ୍ର , ରାଜେଶ କୁମାର ପାତ୍ର , ରମେଶ କୁମାର ପାତ୍ର , ବିଜୁ ଜନତା ଦଳ ର ନଗର ସଭାପତି ରାମ ପଣ୍ଡା , ଗୁଣପୁର ର ଆଇନଜିବି ତଥା କାଉନ୍ସିଲର ଦେବୀ ଆଚାର୍ଯ୍ୟ ଏବଂ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ . ଗୁଣପୁର ର ସାଇ ଶରଣ ମେଡିକସ୍ ଠାରେ ଆତ୍ୟାଧୁନିକ କୌଶଳ ରେ ଅତ୍ୟାଧୁନିକ ଯନ୍ତ୍ରପାତି କୁ ବ୍ୟବହାର କରି ସ୍ଵଳ୍ପ ସମୟ ମଧ୍ୟରେ ସମସ୍ତ ପ୍ରକାର ତଥା ରକ୍ତ , ମଳ, ମୂତ୍ର , ଧାତୁ ଭଳି ଅନେକ ପରୀକ୍ଷା ମାନ କରାଯିବା ନେଇ ଏକ କେନ୍ଦ୍ରୀୟ ପରୀକ୍ଷା ଗୃହ ରହିଛି . ଉକ୍ତ କେନ୍ଦ୍ରୀୟ ପରୀକ୍ଷା ଗୃହ ରେ ଅଭିଜ୍ଞ ପାଥୋଲୋଜିଷ୍ଟ ଅମିତ୍ କୁମାର ଆଚାର୍ଯ୍ୟ ରହିଥିବା ବେଳେ ଏଠାରେ ଶିଶୁ ବିଶେଷଜ୍ଞ, ସ୍ତ୍ରୀ ରୋଗ ବିଶେଷଜ୍ଞ , ଭେଷଜ ବିଶେଷଜ୍ଞ , ଇ ଏନ୍ ଟି ବିଶେଷଜ୍ଞ , ଅସ୍ତି ଶଲ୍ୟ ବିଶେଷଜ୍ଞ ଓ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ରୋଗୀ ମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସ୍ଵତନ୍ତ୍ର ଗୃହ ମାନ ନିର୍ମାଣ କରାଯାଇ ରୋଗୀ ଙ୍କୁ ସୁବିଧା ଯୋଗାଇ ଦିଆ ଯିବ ବୋଲି ସାଇ ଶରଣ ମେଡିକସ୍ ସତ୍ୱାଧିକାରୀ ଶ୍ରୀମତୀ କଲ୍ୟାଣୀ ପାତ୍ର କହିଛନ୍ତି . ଗୁଣପୁର ଅଞ୍ଚଳରେ ପ୍ରଥମ କରି ଏଭଳି ଏକ ଅତ୍ୟାଧୁନିକ ଚିକିତ୍ସା କୌଶଳ ରେ ପ୍ରତିଷ୍ଠା କରାଯାଇଥିବା କ୍ଲିନିକ୍ ଓ ଔଷଧ ବିକ୍ରି କେନ୍ଦ୍ର ଅତ୍ୟାଧୁନିକ ନେଇ ଯନ୍ତ୍ର ପାତି ଓ କୌଶଳ ରେ ରାୟଗଡା ଜିଲ୍ଲାରେ ପ୍ରଥମ ଥର ପାଇଁ ଆଜି ଙଦଘାଟିତ ହୋଇଛି ସାଧାରଣ ସାଇ ଶରଣ ମେଡିକାଲ ରେ ଭୂୟସୀ ପ୍ରଶଂସା କରାଯାଇଛି .

ଗୁଣୁପୁରରୁ ସୁର୍ଯ୍ୟ ପ୍ରକାଶ ପଟ୍ଟନାୟକଙ୍କ ରିପୋର୍ଟ ।