ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆମ ମାତୃଭାଷା ଓଡ଼ିଆର ପ୍ରଚାର, ପ୍ରସାର ଓ ବିକାଶ ପାଇଁ ଏବଂ ଓଡ଼ିଆ ଭାଷାକୁ ବିଶ୍ୱାଭିମୁଖୀ କରାଇବା ନିମନ୍ତେ ପ୍ରତି ପାଞ୍ଚ ବର୍ଷରେ ଥରେ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଆସନ୍ତା ଫେବୃୟାରୀ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ପ୍ରଥମ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରାଯାଉଛି । ଏହାର ଅବ୍ୟବହିତ ପୂର୍ବରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଫେବୃୟାରୀ ୧ ଓ ୨ ତାରିଖ ଦୁଇଦିନ ଧରି ଏହାର ପରିସରେ ଥିବା ‘ଉତ୍କଳ ରଂଗମଞ୍ଚ’ରେ ‘ଓଡ଼ିଆ ଭାଷା ଓ ଓଡ଼ିଶାର କଳାସଂସ୍କୃତି’ ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଛି । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଭାଷାବିଜ୍ଞାନୀ, ଗବେଷକ, ବିଦ୍ୱାନ ଓ ସାହିତି୍ୟକ ଯୋଗଦାନ କରିଥିଲେ । ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସିକତା ଦାସ ଏବଂ ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ଆମନ୍ତ୍ରିତ ସମସ୍ତ ଅତିଥିଙ୍କୁ ମଞ୍ଚରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ପ୍ରଦୀପ ପ୍ରଜ୍ୱଳନପୂର୍ବକ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । ଉଦ୍‌ଘାଟକ ଭାବେ ଯୋଗଦେଇ ପଦ୍ମଶ୍ରୀ ଡକଫର ଦେବୀପ୍ରସନ୍ନ ପଟ୍ଟନାୟକ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟ ସରକାର ଏହିଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ସେ ଏହାକୁ ସାଧୁବାଦ ଜଣାଇଥିଲେ । ତାଙ୍କ ସହିତ ମଞ୍ଚରେ ଉପସ୍ଥିତ ଥିଲେ ବରିଷ୍ଠ ଓଡ଼ିଶୀ ସଂଗୀତ ଗବେଷକ ଡକଫର କୀର୍ତ୍ତନ ନାରାୟଣ ପାଢ଼ୀ, ପୂର୍ବତନ ଦୂରଦର୍ଶନ ନିର୍ଦ୍ଦେଶକ ଡକଫର ଶାନ୍ତନୁ କୁମାର ରଥ ଓ ଅବସରପ୍ରାପ୍ତ ପ୍ରଫେସର ଡକଫର ବାବାଜୀ ପଟ୍ଟନାୟକ । ଆଜିର ଆଲୋଚନା ଚକ୍ର ପୂର୍ବାହ୍ନ ୧୧ ଟାରୁ ୨ ଟା ଏବଂ ଅପରାହ୍ନ ୩ ଟାରୁ ୫ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ଅବସରପ୍ରାପ୍ତ ପ୍ରଫେସର ଡକଫର ବାବାଜୀ ପଟ୍ଟନାୟକ ବକ୍ତା ଭାବରେ ଯୋଗଦେଇ ‘ଚର୍ଯ୍ୟାଗୀତିର ଭାଷା ଓ ସାଙ୍ଗୀତିକ ବିଭବ’ ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ ଡକଫର ଶାନ୍ତନୁ କୁମାର ରଥ । ଆଜିର ଆଲୋଚନା ଚକ୍ରର ପ୍ରଥମ ସୋପାନରେ ଡକଫର ସଂଗୀତା ଗୋସାଇଁ ବିଭିନ୍ନ ସିଦ୍ଧାଚାର୍ଯ୍ୟଙ୍କର ଚର୍ଯ୍ୟାଗୀତିକାର ଛଅଟି ସଂଗୀତ ପରିବେଷଣ କରିଥିଲେ । ଏହି ଚର୍ଯ୍ୟାଗୀତି କେହି ଗାଇବା ସାଧାରଣତଃ କେଉଁଠାରେ ଦେଖିବାକୁ ମିଳିନଥାଏ । ତେଣୁ ଏହାକୁ ଶୁଣି ଦର୍ଶକବୃନ୍ଦ ବେଶ୍‌ ଖୁସୀ ହୋଇଥିଲେ । ଅପରାହ୍ନର ଅଧିବେଶନରେ ‘ରୀତିଯୁଗୀୟ କାବ୍ୟର ଗୀତିମୟ ଭାଷା’ ଉପରେ ଆଲୋଚନା ହୋଇଥିଲା । ଏଥିରେ ବକ୍ତା ଥିଲେ ଡକଫର କୃଷ୍ଣକେଶବ ଷଡଙ୍ଗୀ ଏବଂ ଅଧ୍ୟକ୍ଷତା କରିଥିଲେ ଡକଫର କୀର୍ତ୍ତନ ନାରାୟଣ ପାଢ଼ୀ । ଉକ୍ତ ଅଧିବେଶନରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ସମସ୍ତ ସଙ୍ଗୀତ ଗୁରୁ ଓ ଶିକ୍ଷାନବୀଶମାନେ ସଙ୍ଗୀତ ପରିବେଷଣ କରିଥିଲେ ଓ ଓଡ଼ିଶୀ ନୃତ୍ୟଗୁରୁ ଲୀନା ନନ୍ଦ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଡ଼ାକ୍ତର ମୃିୟୁଞ୍ଜୟ ରଥ ଏହି କାର୍ଯ୍ୟକୁ ସଂଯୋଜନା କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର