ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ସହ ବୃକ୍ଷରୋପଣ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ସାଇ ଗୁରୁକୁଳ ବିଦ୍ୟାଳୟ ପରିସର ମଧ୍ୟରେ ୭୪ ତମ ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବରେ ପାଳନ ହୋଇଯାଇଛି । ଏହି ଉତ୍ସବ ପାଳନ ଅବସରରେ ବିଦ୍ୟାଳୟର ସଭାପତି ଶୂଳପାଣି ଶତପଥୀ, ଅଧ୍ୟକ୍ଷ ଅଜିତ କୁମାର ଶତପଥୀ, ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । କୋଭିଡ଼-୧୯ ନିୟମ ପାଳନ ପୂର୍ବକ ଏହି କାଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ସଭାପତି ସକାଳ ୭.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଜାତୀୟ ସଙ୍ଗୀତ ଗାନ କରି ଜାତି, ଦେଶ ମାତୃକା ପ୍ରତି ଅନୁରାଗ ଓ ଦେଶଭକ୍ତି ସମ୍ପକରେ ସେ ଆଲୋକପାତ କରିଥିଲେ । ଏହି ଅଵସରରେ ବିଦ୍ୟାଳୟର ନିର୍ଦ୍ଦେଶକ ଗୌରଚନ୍ଦ୍ର ରାଉତଙ୍କ ଅକାଳ ବିୟୋଗରେ ସମସ୍ତ ସଭ୍ୟ ଅତ୍ୟନ୍ତ ମର୍ମାହତ ହେବା ସହ ତାଙ୍କରି ନିର୍ବାଣ ପ୍ରାପ୍ତି ଉଦେଶ୍ୟରେ ୧ମିନିଟ ନୀରବ ପ୍ରାଥନା କରି ତାଙ୍କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ସବୁଥର ପରି ଏଥର ମଧ୍ୟ ୨ୟ ଥର ପାଇଁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ବୃକ୍ଷ ସହ ପରିବେଶ ଓ ମନୁଷ୍ୟ ଜୀବନ କିପରି ଭାବେ ଜଡିତ ଅଟେ ସେ ସମ୍ପର୍କରେ ସ୍ଲୋଗାନ ଦିଆଯାଇଥିଲା ।

ରିପୋର୍ଟ : ନିଲୁ ବିଷୋୟୀ