ଯୁବ ରେଡକ୍ରସ ସ୍ଵେଚ୍ଛାସେବୀଙ୍କ ସ୍ୱେଚ୍ଛାକୃତ ରକ୍ତଦାନ…

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ମହାବିଦ୍ୟାଳୟ ଯୁବ ରେଡକ୍ରସ ଓ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନର ୮ ଜଣ ସ୍ଵେଚ୍ଛାସେବୀ ଓଡିଶା ରକ୍ତ ଭଣ୍ଡାର, ଭଞ୍ଜନଗରକୁ ଯାଇ ରକ୍ତ ଦାନ କରିଛନ୍ତି । ମହାମାରୀ କରୋନା ପାଇଁ ଗଞ୍ଜାମ ଜିଲ୍ଲାରେ ସଟ୍ ଡାଉନ୍, ଲକ୍ ଡାଉନ୍ ଓ ସୀମା ସୀମା ସିଲ୍ ଚାଲିଥିବାରୁ ରକ୍ତ ଦାନ ଶିବିର ଆୟୋଜନ କରି ହେଉ ନାହିଁ । ଭଞ୍ଜନଗର ରକ୍ତ ଭଣ୍ଡାର ପାଇଁ ରକ୍ତ ଆବଶ୍ୟକ ପଡୁଥିବାରୁ ଜଗନ୍ନାଥ ପ୍ରସାଦ କଲେଜ ଯୁବ ପରାମର୍ଶ ଦାତା ଲୋକନାଥ ମହାନ୍ତି ଓ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ସଭାପତି ସରୋଜ କୁମାର ନାୟକଙ୍କ ନେତୃତ୍ବରେ ପ୍ରକାଶ ଚନ୍ଦ୍ର ନାୟକ, ଟୁନା ପ୍ରଧାନ, ସୁବାସ ନାୟକ, ସଂଜୟ କୁମାର ଡାକୁଆ, ନୀଳାଞ୍ଚଳ ବେହେରା, ସଂଜୟ ପ୍ରଧାନ, କାହ୍ନୁ ପ୍ରଧାନ ଓ ବାଙ୍କନିଧି ନାୟକ ଆଦି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଯାଇ ରକ୍ତ ଭଣ୍ଡାର ରେ ରକ୍ତଦାନ କରିଥିଲେ । ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଅଧ୍ୟାପକ ବି. ଗୋବିନ୍ଦ ରାଓ ରକ୍ତଦାନ କାର୍ଯ୍ୟକ୍ରମରେ ରହି ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସମୟରେ ରକ୍ତର ବହୁଳ ଆବଶ୍ୟକତା ପଡୁଥିବାରୁ ଓଡିଶା ରକ୍ତ ଭଣ୍ଡାର ଭଞ୍ଜନଗରର କର୍ମକର୍ତ୍ତା ମାନେ ସ୍ଵେଚ୍ଛାସେବୀଙ୍କୁ ସାଧୁବାଦ ଜଣାଇଥିଲେ । ଅଧକ୍ଷ ନୃସିଂହ ଚରଣ ପ୍ରଧାନ ମଧ୍ୟ ସ୍ଵେଚ୍ଛାସେବୀମାନଙ୍କୁ ପ୍ରସଂଶା କରି କହିଛନ୍ତି ରକ୍ତଦାତା ହେଉଛନ୍ତି ଜଣେ ଜଣେ ଜୀବନ ଦାତା ଓ କରୋନାକୁ ଭୟ ନକରି ଏହି ସମୟରେ ରକ୍ତଦାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ରିପୋର୍ଟ : ନିଲୁ ବିଷୋୟୀ