ସାଂସଦଙ୍କ ଟ୍ୱିଟ ପରେ ମୁମ୍ବାଇରେ ମିଳିଲା ଓଡ଼ିଆଙ୍କୁ ସହାୟତା…

ରାୟଗଡା (ସମୃଦ୍ଧ ଓଡିଶା) ତାଲା ବନ୍ଦ ଯୋଗୁଁ ମାହାରଷ୍ଟ୍ର ରାଜ୍ୟ ଥାନେ ଜିଲ୍ଲାରେ ଫଶି ରହିଥିବା ରାୟଗଡା ସହରର ୯ଜଣ ବ୍ୟକ୍ତିଙ୍କୁ କୋରାପୁଟ ଲୋକସଭା କ୍ଷେତ୍ର ସାଂସଦ ସପ୍ତଗିରି ଉଲାକାଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଆଜି ସେଠାରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ଦୀର୍ଘଦିନ ହେଲା ସେଠାରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ଶୁସାନ୍ତ ଦାଳାଇ ଓ ତାଙ୍କ ୮ଜଣ ପରିବାର ଲୋକେ ମହାରାଷ୍ଟ୍ର ରାଜ୍ୟ ଥାନେ ଜିଲ୍ଲା ଗେଣଶ ଛକ ନିକଟ ଏକ ଭଡା ଘରେ ରହିଆସୁଛନ୍ତି । ମହାମାରୀ କରୋନା ଯୋଗୁଁ ସରକାର ତାଲା ବନ୍ଦ ଘୋଷଣା କଲା ପରେ ପରିବହନ ସେବା ଠପ ହୋଇଛି । ତେଣୁ ନିଜ ଘରକୁ  ନ ଫେରି ପାରି ସେଠାରେ ସେ ଓ ତାଙ୍କ ପରିବାର ଲୋକେ ଗୃହବନ୍ଦି ଅବସ୍ଥାରେ ରହିଛନ୍ତି । ମହାରାଷ୍ଟ୍ରରେ କଟକଣା କଡାକଡି ହୋଇଥବାରୁ ଘରୁ ଗୋଡ କାଡିଲେ ଲୋକଙ୍କୁ ପୁଲିସ ଅନୁମତି ଲୋଡିବାକୁ ପଡୁଛି । ତେଣୁ ଦୀର୍ଘ ଦିନରୁ ଏଭଳି ପରିସ୍ଥିତିରେ ଫଶି ଦୁର୍ଦଶା ଭୋଗୁଥିବାବେଳେ ଏ ନେଇ ରାୟଗଡା ସହରରେ ରହିଥିବା ତାଙ୍କ ବୈଜେଷ୍ଟ ଭାଇ ସନ୍ତୋଷ ଦଳାଇଙ୍କୁ ଯୋଗାଯୋଗ କରିଥିଲେ । ସମ୍ପ୍ରତ୍ତି ଭାଇଙ୍କ ଦୟନୀୟ ଅବସ୍ଥା ସମ୍ପର୍କରେ ଶ୍ରୀ ସନ୍ତୋଷ କୋରାପୁଟ ଲୋକସଭା କ୍ଷେତ୍ର ସାଂସଦ ସପ୍ତଗିରି ଉଲ୍ଲାକଙ୍କୁ ସୂଚିତ କରିଥିଲେ । ତେବେ ଏ ସଂକ୍ରନ୍ତରେ ଶ୍ରୀ ଉଲାକା ଥାନେ ଜିଲ୍ଲା ସାଂସଦ ସୁପ୍ରିୟା ସୁଲେଙ୍କୁ ଟ୍ୱିଟ କରି ଘଟଣା ବାବଦରେ ଜଣାଇଥିଲେ । ସାଂସଦ ଶ୍ରୀ ଉଲାକାଙ୍କ ଟ୍ୱିଟ ପରେ ତୁରନ୍ତ ଶ୍ରମତି ସୁଲେ ତାଙ୍କ ଦଳୀୟ କର୍ମକର୍ତ୍ତାଙ୍କୁ ସେଠାକୁ ପଠାଇ ଶୁସାନ୍ତ ଦଳାଇ ଓ ତାଙ୍କ ପରିବାର ବର୍ଗଙ୍କୁ ରାଶନ ସାମଗ୍ରୀ ପ୍ରଦାନ କରିଥିଲେ । ସାଂସଦଙ୍କ ହସ୍ତକ୍ଷେପ ପରେ ଭାଇକୁ ସହାୟତା ମିଳିଥିବାରୁ ରାୟଗଡାରେ ରହୁଥିବା ସନ୍ତୋଷ ଦଳାଇ ଓ ତାଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଖୁସୀର ରହରୀ ହେଳିଯାଇଛି ।


ରିପୋର୍ଟ : ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ

One thought on “ସାଂସଦଙ୍କ ଟ୍ୱିଟ ପରେ ମୁମ୍ବାଇରେ ମିଳିଲା ଓଡ଼ିଆଙ୍କୁ ସହାୟତା…

Comments are closed.