ସାଂସଦଙ୍କୁ ନେଇ ଭିନ୍ନ ରକମରେ ବ୍ରହ୍ମପୁରବାସୀ ପାଳନ କଲେ ବିଶ୍ୱ ବନ୍ଧୁତ୍ୱ ଦିବସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା)ଆଜି ସାଂସଦଙ୍କୁ ନେଇ ଭିନ୍ନରକମରେ ବ୍ରହ୍ମପୁରବାସୀ ପାଳନ କଲେ ବିଶ୍ୱ ବନ୍ଧୁତ୍ୱ ଦିବସ । ପୁରୁଣା ବରଗଛକୁ କରିଛନ୍ତି ବିଶ୍ଵସ୍ଥ ବନ୍ଧୁ । ବ୍ରହ୍ମପୁର ସବୁଜ ବାହିନୀ ଓ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବନ୍ଧୁତ୍ବ ଦିବସ ଆଜି ପାଳନ କରାଯାଇଛି । ଏହି ଅବସରରେ ରାମଲିଙ୍ଗମ ମନ୍ଦିର ସମ୍ମୁଖରେ ଥିବା ଶତାୟୁ ବରଗଛକୁ ବନ୍ଧୁ ଭାବେ ଗ୍ରହଣ କରାଯାଇଛି । ଏହି ଅବସରରେ ପ୍ରଥମେ ପୂର୍ଣ୍ଣ କଳସ , ପୁଷ୍ପ ,ଚନ୍ଦନ ବେଦଧ୍ବନୀରେ ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଇକୋ କ୍ଲବ ସଂଯୋଜକ ଡ.ଶଙ୍କର ନାରାୟଣ ବେଜ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର କମିସନର ଚକ୍ରବର୍ତ୍ତୀ ସିଂ ରାଠୋର,ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ପୂର୍ବତନ ବି.ଡି.ଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା , ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ପ୍ରମୁଖ ଯୋଗଦେଇ ଶତାୟୁ ବଟ ବୃକ୍ଷ କୁ ଫୁଲ, ଚନ୍ଦନ , ବସ୍ତ୍ର ଦେଇ ପୂଜା ଅର୍ଚନା କରି ବନ୍ଧୁତ୍ବର ଡୋରୀ ବନ୍ଧା ଯାଇଥିଲା । ବୃକ୍ଷ ବିଦ୍ଧ କଣ୍ଟା କୁ ବାହାର କରାଯାଇଥିଲା । ସାଂସଦ ଚନ୍ଦ୍ରଶେଖର ସାହୁ ସମସ୍ତ ପରିବେଶ ପ୍ରେମୀ ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ । ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଥିଲେ ବୃକ୍ଷ ରୋପଣ କରିବା ସଙ୍ଗେସଙ୍ଗେ ଏହାର ସୁରକ୍ଷା କରିବାକୁ । ଯେହେତୁ ବୃକ୍ଷ ଆମକୁ ଅମ୍ଲଜାନ,ଖାଦ୍ୟ, ବସ୍ତ୍ର , ବାସଗୃହ , ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିସ୍ବାର୍ଥ ପର ଭାବରେ ସବୁ ଆବଶ୍ୟକତା ପୂରଣ କରୁଛି ତେଣୁ ସେ ହିଁ ପ୍ରକୃତ ବନ୍ଧୁ । ଆସନ୍ତୁ ସମସ୍ତେ ବୃକ୍ଷ ବନ୍ଧୁ କୁ ସୁରକ୍ଷା ଦେବା । ଏହାପରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ସମସ୍ତ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ ଏବଂ ସେଠାରୁ ଅତିଥି ମାନେ ଏକ ସଚେତନତା ପଦଯାତ୍ରା କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ପଦଯାତ୍ରା ମହାନଗର କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ୍.ଦିଲ୍ଲୀପ କୁମାର, ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ର ପ୍ରତିଷ୍ଠାତା ସୁଧିର ରାଉତ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର,ସଂପାଦକ ବିଜେନ୍ଦ୍ର ମାଝୀ, ମାରଓ୍ବାଡି ମହିଳା ସମିତିର ସଭାପତି ମମତା ଚୈ।ଧୁରୀ , ସଂପାଦିକା ରୁବି ଖେମାଣି, ବକ୍ସିଂ ଓଡିଶାର ସଂପାଦକ କବିରାଜ ଗୈ।ଡ,ସବିତା ସାହୁକାର, ବନମାଳୀ ପ୍ରଧାନ, ଅରବିନ୍ଦ ଦେଶିବେହେରା, ଦିପକ କୁମାର ଏବଂ ସମସ୍ତ ଅନୁଷ୍ଟାନ ଓ ନେଚର ଲଭର୍ସ ଓଡିଶାର ସ୍ବେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା