ସର୍ବ ଦଂଶନରେ କୃଷକର ମୃତ୍ୟୁ : ଅସହାୟଙ୍କୁ ସରକାରୀ ସାହାର୍ଯ୍ୟ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ସଂଧ୍ୟାରେ ଜଣେ କୃଷକ ବିଲରୁ କାମସାରି ଗାଁରେ ଚାଲିଥିବା ଦୋଳ ମେଲଣ ଦେଖି ଘରକୁ ଫେରୁଥିବା ବେଳେ ଏକ ସର୍ପ ଦଂଶନରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ କମର୍ଦ୍ଦାଥାନା ଅନ୍ତର୍ଗତ କୁସୁଡା ଗ୍ରାମର ଗଣେଶ ଦାସଙ୍କ ପୁଅ ଜୟନ୍ତ ଦାସ (୫୫) ଆଜି ବିଲକାମ ସାରି ଘରକୁ ଫେରିବା ବାଟରେ ଗାଁରେ ହେଉଥିବା ଦୋଳ ମେଲଣ କିଛି ସମୟ କଟାଇଥିଲେ । ଘରକୁ ଫେରିବା ବାଟରେ ଏକ ବିଷଧର ସର୍ପ ଦଂଶନ କରିବା କ୍ଷଣି ସେ ଚିତ୍କାର କରିଥିଲେ । ପରେ ତାଙ୍କୁ ସଂଜ୍ଞାହୀନଭାବେ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲକୁ ଅଣାଯାଇଥିଲା । କାଯ୍ୟରତ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଅସହାୟ ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା