ବିଭିନ୍ନ ସ୍ଥାନରେ ୮୩ତମ ଓଡିଶା ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସିପିଆଇ(ଏମ୍)ର ଜଳେଶ୍ୱର ଶାଖା ପକ୍ଷରୁ ପାର୍ଟି କାର୍ଯ୍ୟାଳୟରେ ୮୩ତମ ଓଡିଶା ଦିବସ ପାଳିତ ହୋଇଛି । ୧୯୩୬ ମସିହାରେ ଗଠିତ ଭାଷାଭିତ୍ତିକ ଓଡିଶା ରାଜ୍ୟ ଆଜି ଅବହେଳିତ, ଗରିବ ଓ ବେକାରୀ ବଢି ଚାଲିଥିବା ବେଳେ ଚାଷୀକୁ ମିଳୁନି ତାର ହକ୍ । ରାଜ୍ୟର ସୀମାସରହଦ ସମସ୍ୟା ଉତ୍କଟ ଥିବାର ଆଜିର ସଭାରେ ସଭାପତିତ୍ୱ କରୁଥିବା ଦିଲ୍ଲୀପ କୁମାର ଗିରି, ବିଶିଷ୍ଟ ସାମ୍ୟବାଦୀ ନେତା ଶିଶୁର ହୁଇ, ସିତାଂଶୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ଦିଲ୍ଲିପ କରିଡା, ଓ ଜୀବନ ପରହିଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଜଳେଶ୍ୱରର ସମସ୍ତ ସ୍କୁଲ, ଜଲେଜ ଓ ଅନୁଷ୍ଠାନ ଗୁଡିକରେ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଛି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ହୋଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି । ଗତକାଲି ଅପରାହ୍ନରେ ଜଳେଶ୍ୱର ଡାକବଂଗଳା ପରସସରରେ ସମାଜ ଆନ୍ଦୋଳନ ସଂସ୍ଥା ପକ୍ଷରୁ ଓଡିଶା ଦିବସ ପାଳନ ଅବସରରେ ପ୍ରଦୀପ କୁମାର ସିଂହ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ସମାଜ ଆନ୍ଦୋଳନର ପ୍ରତିଷ୍ଠାତା ସଦସ୍ୟ ପିତାମ୍ବର ଭୂୟାଁ ଓ ଶିକ୍ଷକ ନେତା ଅଜିତ୍ କୁମାର ମହାନ୍ତି ଯୋଗ ଦେଇ ୮୨ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ଓଡିଶା ରାଜ୍ୟ ସବୁଥିରେ ଭରପୁର ଥିବା ବେଳେ ଦରିଦ୍ରତମ ଓ ଅବିକସିତ ରାଜ୍ୟ ହୋଇ କାହିଁକି ରହିଛି ବୋଲି ପ୍ରଶ୍ନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା