ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନା : ନିର୍ଦ୍ଦେଶ ଅବମାନନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନ ସାରା ବିଶ୍ୱରେ କୋରନା ଭୁତାଣୁ ସଂକ୍ରମଣ ଆତଙ୍କ ଖେଳାଇଥିବା ବେଳେ ଭାରତରେ ଲକଡାଉନର ଅବଧି ପୁଣି ବୃଦ୍ଧି ପାଇ ମେ ମାସ ୩ ତାରିଖକୁ ଘୁଞ୍ଚିଛି । କୋରନା ଭୁତାଣୁ ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛେପ ପକାଇଲେ ୫୦୦ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ନିୟମ କରିଛନ୍ତି । ଏ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି ଯେ, ବର୍ତ୍ତମାନ ମଧ୍ୟମ ବର୍ଗର ପରିବାର ପେଟ ପୋଷଣ ପାଇଁ ଚିନ୍ତାରେ ବସିଛନ୍ତି । କିନ୍ତୁ ଜିଲ୍ଲାପାଳ ଏ ସବୁ ପ୍ରତି ଦୃଷ୍ଟି ଆକର୍ଷଣ ନ କରି ବିଭିନ୍ନ ପ୍ରକାର ନିୟମ ଲାଗୁ କରି ନିଜ ପତିଆରା ବଢ଼ିବାରେ ଲାଗିଛନ୍ତି । ସାଧାରଣରେ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ, ଯେଉଁମାନେ ନିୟମ ଉଲଂଘନକାରୀଙ୍କୁ ଦଣ୍ଡଦେବା ନିମନ୍ତେ ସହରରେ ବୁଲି ନିରୀକ୍ଷଣ କରୁଛନ୍ତି ସେହିମାନଙ୍କ ମଧ୍ୟରୁ ହିଁ କେତେଜଣ ବଜାରରେ ପାନପୁଡିଆ ବିକ୍ରି କରିବାରେ ପ୍ରସୟ ଦେଉଥିବା ଅଭିଯୋଗ ହୋଇଛି ।

ରିପୋର୍ଟ : ଆଇନଜୀବୀ ସୁଜିତ ପଟ୍ଟନାୟକ