ଭାପୁର ଗ୍ରାମରେ ଘର ଘର ବୁଲି ଲୋକଙ୍କୁ ସଚେତନତା କରାଇବା ସହ ମାକ୍ସ ବଣ୍ଟନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କ ପରାମର୍ଶ ଓ ସହଯୋଗରେ ସଦର ବ୍ଲକ ଭାପୁର ଗ୍ରାମପଞ୍ଚାୟତରେ ଯୁବ ନେତା ଶୁଭ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହିତ ମାସ୍କ ବଣ୍ଟନ କରାଯାଇଥିଲା । ଏଥିରେ ଗ୍ରାମର ପ୍ରକାଶ ବେହେରା ଓ ଦୁଃଖବନ୍ଧୁ ଖଟୁଆ ସହଯୋଗ କରିଥିଲେ । କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ନିମନ୍ତେ ବିଧାୟକଙ୍କ ଏଭଳି କାର୍ଯ୍ୟ ଓ ସାହାର୍ଯ୍ୟ ଯୋଗାଇଥିବା ଯୋଗୁଁ ଭାପୁର ଗ୍ରାମବାସୀ ଧନ୍ୟବାଦ ଜ୍ଞାପନ କରିଥିବା ଏବଂ ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶଂସାର ପାତ୍ର ପାଲଟିଥିବା ଜଣାପଡିଛି ।

ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା