ସର୍ବଶିକ୍ଷା ଅଭିଯାନର ସମ୍ମିଳନୀ ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ସର୍ବ ଶିକ୍ଷା ଅଭିଯାନର ନୋଡାଲ ଅଫିସର ତଥା ଛତ୍ରପୁର ଉପଜିଲ୍ଲାପାଳ ଗତକାଲି ସର୍ବଶିକ୍ଷା ଅଭିଯାନର ସମସ୍ତ ବିଭାଗର ସମୀକ୍ଷା କରିଛନ୍ତି । ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନୀତ ସେନାପତିଙ୍କ ସମେତ ସମସ୍ତ ବିଭାଗର ମୁଖ୍ୟ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ । ସିଲିଭ ବିଭାଗର ବରିଷ୍ଠ ବୈଷୟିକ ପରାମର୍ଶଦାତାଙ୍କ ସହ ସମସ୍ତ ବ୍ଲକର ଟିସିମାନଙ୍କ ବ୍ଲକୱାରୀ, କିଚେନ ସେଡ, କେଜିବିପି ବିଲଡିଂ କାର୍ଯ୍ୟ ଆସନ୍ତା ୧୫ ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ କରିବାକୁ ନୋଡାଲ ଅଫିସର ନିର୍ଦ୍ଦେଶ ଦେଇଛନ୍ତି । ଆବାସିକ ଛାତ୍ରାବାସର ବିଲଡିଂ କାମ ଯଥାଶୀଘ୍ର ସାରିବାକୁ ଛତ୍ରପୁର ଟିସି ଏବଂ ଏସଟିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ମିଶ୍ରଣ ଷ୍ଟାଟାସ ଉପରେ ଆଲୋଚନା କରାଯାଇ ଖୁବ ଶୀଘ୍ର ସମାପନ କରିବାକୁ କୁହାଯାଇଥିଲା । ଏସଡ଼ିଏମଆଇଏସରେ ସମସ୍ତ ପିଲାଙ୍କର ଆଧାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଇଓ ମାନଙ୍କୁ ଦେବା ନିମନ୍ତେ ଡିପିସି ପରାମର୍ଶ ଦେଇଥିଲେ । ଏମଆଇଏସ ପ୍ରୋଗ୍ରାମ କରିବା ଅନୁଯାୟୀ ୫୦୦୦ ପିଲାମାନଙ୍କୁ ଏପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ କରାଯାଇନାହିଁ । ବିଦ୍ୟାଳୟ ବ୍ଲକ ଓ ଟିସିମାନଙ୍କ ପାଖକୁ କେଉଁ ଆଡଭାନ୍ସ ଦିଆଯାଇଛି ତାର ୟୁସି ଦେବା ନିମନ୍ତେ କୁହାଯାଇଥିଲା । ପ୍ରତି ବିଦ୍ୟାଳୟରେ ୟୁନିଫର୍ମ ଠିକ ଭାବେ ବଣ୍ଟନ ହେଉଛି କି ନାହିଁ ଏହାର ତଦାରଖ କରିବା ନିମନ୍ତେ ଡିପିସିଙ୍କ କୁହା ଯାଇଥିଲା । ଏଥି ନିମନ୍ତେ ଡିସେମ୍ବର ୧୨ରେ ପରବର୍ତ୍ତୀ ସମୀକ୍ଷା ବୈଠକରେ ଆଲୋଚନା କରିବା ପାଇଁ  ନିଷ୍ପତ୍ତି ହୋଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା