ଭୁବନେଶ୍ୱର ଓ ବ୍ରହ୍ମପୁର ସ୍ୱାସ୍ଥ ବିଭାଗ ପକ୍ଷରୁ ଛତ୍ରପୁର ସଦର ମହକୁମା ମେଡ଼ିକାଲର ପରିଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ କାୟାକଳ୍ପ ଏସେସରିସ ଟିମର ଚାରି ଜଣ ସଦସ୍ୟ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଯୁଗ୍ମ ନିର୍ଦ୍ଦେଶକ ଡା.ସି.ଭି.ଏସ୍.ଏନ. ରାଓ, ରାଜ୍ୟ ଆର.ଏମ.ଏନସିଏସ୍ଏ କନସଲଟେଂଟ ଡ.ସରୋଜ କୁମାର ପାଣିଗ୍ରାହୀ, ସଂଜୟ କୁମାର ପାଣିଗ୍ରାହୀ ଏବଂ ଆଇ.ପି.ଇ ଗ୍ଲୋବାଲ ଷ୍ଟେଟ ଟେନିସ ସଂଯୋଜକ ଅନୁପମ ବ୍ରହ୍ମା ଛତ୍ରପୁର ଡାକ୍ତରଖାନା ଆସି ଡାକ୍ତରଖାନାର ଲେବର ରୁମ, ବିଭିନ୍ନ ୱାର୍ଡ଼, ନିରାମୟ ଯୋଜନା, ଅପରେସନ ଥିଏଟର, ଏକ୍ସରେ ରହିଥିବା ସ୍ଥାନ, ରକ୍ତ ପରୀକ୍ଷା ବଖରା, ଟୀକାକରଣ ବଖରା, ବର୍ଯ୍ୟବସ୍ତୁ ପରିଚାଳନା କକ୍ଷ ସମେତ ମେଡିକାଲର ସଫେଇ, ବିଭିନ୍ନ ରୋଗୀଙ୍କ ପେସ୍କ୍ରିପସନ ବୁଲି ତନଖି ଦେଖିଥିଲେ । ଏହା ସହ ମେଡିକାଲର ପାର୍କିଂରେ ସିକ୍ୟୁରିଟି ଗାର୍ଡ଼ମାନେ ଭଲ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଦଳ ମେଡିକାଲ ଅଧ୍ୟକ୍ଷ କାହ୍ନୁଚରଣ ପାତ୍ର ଏବଂ ହସପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା ଓ ଉପସ୍ଥିତ  ଡାକ୍ତର, ଷ୍ଟାଫ ନର୍ସ ଓ କର୍ମଚାରୀମାନଙ୍କ ସହ ସେମାନଙ୍କ ବିଭିନ୍ନ କାର୍ଯ୍ୟଶୈଳୀ ଉପରେ ପଚାରି ବୁଝିବା ସହ ରୋଗୀମାନଙ୍କୁ ଉଚିତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଅନୁମାନ କରିଥିଲେ । ଛତ୍ରପୁର ମେଡିକାଲ ଜିଲ୍ଲାର ସଦର ମହକୁମା ହୋଇଥିବାବେଳେ ମେଡିକାଲରେ ବହୁ ସଂଖ୍ୟକ ଡାକ୍ତର ପଦବୀ ଖାଲି ଥିବା ଜଣାପଡ଼ିଛି । ଯାହାଫଳରେ ଦୈନିକ ପ୍ରାୟ ୫୦୦ରୁ ଉଦ୍ଧ୍ୱର୍ ରୋଗୀମାନେ ଚିକିତ୍ସା ନିମନ୍ତେ ଆସୁଥିବାବେଳେ ଏହି ସେବା ପାଇପାରୁନାହାନ୍ତି । ଯାହା ଫଳରେ ସେମାନେ ବ୍ରହ୍ମପୁର ଯିବାକୁ ବାଧ୍ୟ ହେଉଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା