ସର୍ବନିମ୍ନ ମଜୁରୀ ଓ ବିଭିନ୍ନ ଦାବୀ ବିଷୟରେ ଏସଇଏମମାନଙ୍କ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଭିନ୍ନ ଗ୍ରାମ ପଞ୍ଚାୟତରେ ନିଯୁକ୍ତ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ (ଏସ.ଇ.ଏମ) ମାନଙ୍କର ବିଭିନ୍ନ ଦାବୀ ବାବଦରେ ଗତ କାଲି ପୂର୍ବାହ୍ନ ୧୦ ଘଟିକା ସମୟରେ ଜଳେଶ୍ଵର ଜଳ ଯୋଗାଣ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଦୀର୍ଘ ୨୧ ବର୍ଷ ଧରି ଗ୍ରାମାଞ୍ଚଳରେ ସୂଚାରୁ ରୂପେ ଘରେ ଘରେ ଜଳ ଯୋଗାଇଥାନ୍ତି ଏବଂ ସେମାନେ ନଳକୂପ ମରାମତି କରିଲେ ଜନସାଧାରଣ ପାଣି ପିଅନ୍ତି । ମାତ୍ର ସରକାର ଏମାନଙ୍କ ପେଟ ପାଇଁ କୌଣସି ପ୍ରକାର ସୁବିଧା ସୁଯୋଗ ନାହିଁ । ଯାହାକି ସରପଞ୍ଚ ମାନେ ମାତ୍ର ୨ ହଜାର ଟଙ୍କା ଭତ୍ତା ଦେଇଥାନ୍ତି । ସେଥିରେ ପୁଣି କେତେକ ସ୍ଥାନରେ ସରପଞ୍ଚ ମାନେ ବିଭିନ୍ନ ପ୍ରକାର ଧମକ ସହିତ ଭତ୍ତା ଦେବାରେ ବିଳମ୍ବ ସୃଷ୍ଟି କରନ୍ତି । ଦୀର୍ଘ ୩ ମାସ ଧରି  ଭୁବନେଶ୍ୱର ଲୋୟର ପିଏମ ଛକ ନିକଟରେ ସାରା ଓଡିଶାର ଏସ.ଇ.ଏମ. ମାନେ ବିଭିନ୍ନ ଦାବୀ ନେଇ ବସି ଥିବାର ଜଣାପଡ଼ିଛି । ତେଣୁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର ଆକାରରେ କରାଯିବ ଓ ଭୁବନେଶ୍ୱର ଆନ୍ଦୋଳନରେ ଯୋଗ ଦେବାକୁ ସମସ୍ତ ଏସ.ଇ.ଏମ. ମାନଙ୍କୁ  କୁହାଯାଇଛି । ଆଜିର ବୈଠକରେ ସଂଘର ସଭାପତି ବରେନ୍ଦ୍ର ନାଥ ପ୍ରଧାନ, କେଦାର ନାଥ ଜେନା ଉପ ସଭାପତି, ସରୋଜ ଦାସ ସମ୍ପାଦକ, ପୂର୍ଣ୍ଣଚନ୍ଦ୍ର ଦାସ ସହ ସମ୍ପାଦକ, ମାନସ କୁମାର ଦେ କୋଷାଧ୍ୟକ୍ଷ, ବସନ୍ତ ଜେନା, ରଘୁନାଥ ରାଜ, ବୀରକିଶୋର ରାଉତ, କ୍ଷେତ୍ର ମୋହନ ପ୍ରମାଣିକ, ଅଜୟ କୁମାର ସେନାପତି ପ୍ରମୁଖ ଉପଦେଷ୍ଟା ମଣ୍ଡଳୀଙ୍କ ସହିତ ସଙ୍ଘର ଆରତୀ ଦଳାଇ, ସାବିତ୍ରୀ କମିଳା, ଶର୍ମିଳା ପାତ୍ର, ଜିବଲତା ସିଂ, ଶ୍ରୀଧର ବେହେରା ଓ ଭଗିରଥ ପାଳ ପ୍ରମୁଖ ୫୦ ରୁ ଉର୍ଦ୍ଧ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା