‘ପୁନିତ ସାଗର ଅଭିଯାନ’ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏନ୍.ସି.ସି. ଗୃପ ହେଡ୍ କ୍ଵାଟର ବ୍ରହ୍ମପୁର ପକ୍ଷରୁ ଗୋପାଳପୁର ବେଳାଭୂମି ଠାରେ ଅନୁଷ୍ଠିତ ହୋଇଯାଇଛି ‘ପୁନିତ ସାଗର ଅଭିଯାନ’ । ସମୁଦ୍ର ବେଳାଭୂମି ତଥା ସମୁଦ୍ର ତଟକୁ ପରିଷ୍କାର ଓ ପରିଛନତା ଉପରେ ଗୁରୁତ୍ବ ଦିଆଯାଇ ଏହି ‘ପୁନିତ ସାଗର ଅଭିଯାନ’ ସମଗ୍ର ଦେଶରେ ପାଳନ କରାଯାଉଛି । ଏହି ପରିପେକ୍ଷିରେ ଏହି ମହତ ଉଦେଶ୍ୟ ନେଇ ଏନ୍.ସି.ସି. ଗୃପ ହେଡ୍ କ୍ଵାଟର ବ୍ରହ୍ମପୁର ଅଧିନରେ ଥିବା ୧(ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି. ବ୍ରହ୍ମପୁର ଓ ୨(ଓଡି଼ଶା) ଗାର୍ଲସ୍ ବାଟାଲିୟନ୍ ଏନ୍.ସି.ସି., ରାୟଗଡାର ବିଭିନ୍ନ ସ୍କୁଲ ଓ କଲେଜର ଏନ୍.ସି.ସି. କ୍ୟାଡେଟ୍ ମାନେ ଭାଗ ନେଇଥିଲେ । ୨୫୦ରୁ ଅଧିକ ନାଭାଲ ଓ ଆର୍ମି ଏନ୍.ସି.ସି. କ୍ୟାଡେଟ୍ ମାନେ ଏହି ଅଭିଯାନରେ ଭାଗ ନେଇ ଗୋପାଳପୁର ବେଳାଭୂମି ପରିଷ୍କାର କରିବା ସହ ଅଳିଆ ଓ ଆବର୍ଜନା ସଫା କରିଥିଲେ । ଏଥିସହ ସ୍ଥାନୀୟ ବାସିନ୍ଦା, ଦୋକାନି ଓ ପର୍ଯ୍ୟଟକମାନଙ୍କୁ ବେଳାଭୂମିର ଉପଯୁକ୍ତ ରକ୍ଷଣବେକ୍ଷଣ ଓ ପରିଷ୍କାର ରଖିବା ସହ ଏହାର ସଚେତନତା ଉପରେ ଗୁରୁତ୍ବ ଦେଇଥିଲେ । ଏନ୍.ସି.ସି. ଗୃପ ହେଡ୍ କ୍ଵାଟର ବ୍ରହ୍ମପୁରର ଗୃପ କମାଣ୍ଡର ଗୃପ କ୍ୟାପଟେନ୍ ସଚିନ୍ ଗୁପ୍ତାଙ୍କ ତତ୍ବାବଧନରେ ଆୟୋଜିତ ଏହି ‘ପୁନିତ ସାଗର ଅଭିଯାନ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉମାଚରଣ ପଟ୍ଟନାୟକ ଇଂଞ୍ଜିନିୟରିଂ କଲେଜ ବ୍ରହ୍ମପୁରର ପ୍ରିନସିପାଲ ଇଂ ସୂର୍ଯ୍ୟନାରାୟଣ ଧର ଓ ସମାନ୍ନିତ ଅତିଥି ଭାବେ ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନର ପ୍ରିନସିପାଲ ସୁଧୀର ରାଉତ ଯୋଗଦେଇ ଏନ୍.ସି.ସି କ୍ୟାଡେଟ୍ ମାନଙ୍କ ଉଦବୋଧନ ଦେଇଥିଲେ । ସେହିପରି ଏନ୍.ସି.ସି. ଗୃପ ହେଡ୍ କ୍ଵାଟର ବ୍ରହ୍ମପୁରର କର୍ଣ୍ଣେଲ ଶ୍ରୀକ୍ରିଷ୍ଣା ଓ ଲେପଟନାଣ୍ଟ କର୍ଣ୍ଣେଲ ପି.ଭି.ଏନ୍. ରେଡ୍ଡି ପ୍ରମୁଖ ଅଶଂ ଗ୍ରହଣ କରି କ୍ୟାଡେଟ୍ ମାନଙ୍କୁ ଉତ୍ସାହିତ କରିଥିଲେ । ସମଗ୍ର ଦେଶରେ ଜାରି ରହିଥିବା ଏହି ‘ପୁନିତ ସାଗର ଅଭିଯାନ’ ଡିସେମ୍ବର ୧ରୁ ଆରମ୍ଭ ହୋଇଥିବାବେଳେ ଏନ୍.ସି.ସି. ନିର୍ଦ୍ଦେଶାଳୟ ଓଡିଶା ପକ୍ଷରୁ ମଧ୍ୟ ଏହାକୁ ପାଳନ କରାଯାଇଛି । ସମଗ୍ର ଓଡିଶାର ସମୁଦ୍ର ତଟବର୍ତ୍ତି ଥିବା ଏନ୍.ସି.ସି. ଅଫିସ୍ ଓ ଶିକ୍ଷାନୁଷ୍ଠାନ ଗୁଡିକର ୪୦୦୦ ଅଧିକ କ୍ୟାଡେଟ୍ ସାମିଲ ହୋଇ ୬୦୦କେଜିରୁ ଅଳିଆ ଆବର୍ଜନା ଗ୍ରହଣ କରି ସ୍ଥାନୀୟ ପ୍ରସାଶନକୁ ହସ୍ତାନ୍ତର କରିଥିଲେ । ଆଜି ଏହି ଅଭିଯାନରେ ସାମିଲ ଏନ୍.ସି.ସି. କ୍ୟାଡେଟ୍ ମାନଙ୍କ ଦ୍ୱାରା ଗୋପାଳପୁର ବେଳାଭୂମି ପରିଷ୍କାର କରିବା ସହ ଅଳିଆ ଓ ଆବର୍ଜନା ସଫା କରିଥିଲେ ଏହା ସଚେତନତା ରାଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା । ଏହାସହ ହସ୍ତାକ୍ଷର ଅଭିଯାନ ସହ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏନ୍.ସି.ସି. ଗୃପ ହେଡ୍ କ୍ଵାଟର ବ୍ରହ୍ମପୁର ଦ୍ୱାରା ଆୟୋଯିତ ଏହି ପୁନିତ ସାଗର ଅଭିଯାନ’ ସଫଳ କରିବା ପାଇଁ ସମସ୍ତ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀ, ବିଭିନ୍ନ ସ୍କୁଲ ଏବଂ କଲେଜର ଏ.ଏନ୍.ଓ. ଓ ସିଟିଓ, ଏନ୍.ସି.ସି. ଗୃପ ହେଡ୍ କ୍ଵାଟର ବ୍ରହ୍ମପୁରର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ, ବ୍ୟବସାୟୀ, ଉଠା ଦୋକାନୀମାନେ ମଧ୍ୟ ଏଥିରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା