ସରସ୍ୱତୀପୂଜା ଅବସରରେ ନୃତ୍ୟଶିଖାର ନୃତ୍ୟ ପ୍ରତିଯୋଗିତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ କୁନି କୁନି ପିଲାମାନଙ୍କ ଲାଗି ଗଢି ଉଠିଥିବା ନୃତ୍ୟଶିକ୍ଷା ଫାଉଣ୍ଡେସନ ପକ୍ଷରୁ ଆଜି ସରସ୍ୱତୀ ପୂଜା ଅବସରରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ସୁଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଶିକ୍ଷାନୁଷ୍ଠାନର କାର୍ଯ୍ୟାଳୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡିଶାୀ, ଦେଶାତ୍ମକବୋଧ, ସମ୍ବଲପୁରୀ, ଆଧିନିକ, ଅର୍ଦ୍ଧ ଶାସ୍ତ୍ରୀୟ ବିଷୟରେ ପ୍ରାୟ ୫୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଶେଷରେ ମେ ଆଇ ହେଲ୍ପ ୟୁ ସଂଗଠନ ପକ୍ଷରୁ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନ୍‌ଜିବୀ ରାମଚନ୍ଦ୍ର ଜେନା, ମନୋରଂଜନ ପ୍ରଧାନ, କୃଷ୍ଣାକୁମାରୀ ବେହେରା, ଶାନ୍ତନୁ ସେନାପତି, ଜଗନ୍ନାଥ ପରିଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୃତ୍ୟଗୁରୁ ସୁଷମା ଚନ୍ଦ, ସମ୍ବିତ ରାଉତ, କମଳ କୁମାର ମାଝି ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା