ସରପଞ୍ଚ ଭାବେ ବିଜୟୀ ହେଲେ ଦିନ ମଜୁରିଆ ଦିନବନ୍ଧୁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକରି ପରିବାର ପରିପୋଷଣ କରିବା ସହ ଗ୍ରାମର ବିକାଶ ପାଇଁ ଚିନ୍ତା କରି ଆସୁଥିବା ଦିନ ମଜୁରିଆ ଦିନବନ୍ଧୁ ଶେଷରେ ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୁରୋଷତ୍ତୋମପୁର ବ୍ଲକର ଗାଙ୍ଗଦହଣୀ ପଞ୍ଚାୟତରେ ସାଧାରଣ ଜନତା ବିଜୟୀ କରିଛନ୍ତି ଦିନବନ୍ଧୁ ଦାସଙ୍କୁ । ଚଳିତ ନିର୍ବାଚନରେ ଦିନବନ୍ଧୁ ମୋଟ ୧୩୨୯ ଭୋଟ ପାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅମରେଶ ସେଠୀଙ୍କ ଠାରୁ ୨୯୬ ଭୋଟରେ ଅଧିକ ପାଇ ବିଜୟୀ ହୋଇଛନ୍ତି । ଦିନବନ୍ଧୁ ନିଜ ପଞ୍ଚାୟତର ବିକାଶ କରିବା ପାଇଁ ଅନେକ ସ୍ୱପ୍ନ ଦେଖିଥିବା ବେଳେ ଆଗାମୀ ଦିନରେ ପଞ୍ଚାୟତବାସୀ ତାଙ୍କ ଠାରୁ ଅନେକ ଆଶା ରଖି ବିଜୟ ଲାଭ କରିଥିବାରୁ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଳଟିଛି ।