‘ଗ୍ଲୋବାଲ ଇଣ୍ଡିଆ ଆଚିଭ୍‌ମେଣ୍ଟ୍‌’ ପୁରସ୍କାରପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଚିକିତ୍ସାବିତ୍ ଡ଼ା. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସମ୍ବର୍ଦ୍ଧିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନୂଆଦିଲ୍ଳୀରୁ ସମ୍ମାନଜନକ ଗ୍ଲୋବାଲ ଇଣ୍ଡିଆ ଏକ୍ସଲେନ୍ସ ଆଚିଭମେଣ୍ଟ ଆୱାର୍ଡ-୨୦୨୧ରେ ସମ୍ମାନିତ ବ୍ରହ୍ମପୁର ମହାନଗରର ଦୁଇ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ବରିଷ୍ଠ ସାମ୍ବାଦିକ ତଥା ‘ନବୀନ’ର ସମ୍ପାଦକ ରବି ରଥ ଓ ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡ଼ା.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ଭଗବତ ଚାରିଟେବଲ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଶନିବାର ପୂର୍ବାହ୍ନରେ ସ୍ଥାନୀୟ ବୈକୁଣ୍ଠ ନଗରସ୍ଥିତ ସାଇ ସଦନ କଲ୍ୟାଣ ମଣ୍ଡପ ପରିସରରେ ଟ୍ରଷ୍ଟର ଅଧ୍ୟକ୍ଷ ଏସ୍‌.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବର୍ଷିୟାନ ଭେଷଜ୍ ବିଶେଷଜ୍ଞ ଡ଼ା. ପି.ସି. ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଭୟ ସମ୍ମାନିତ ପ୍ରତିଭାଙ୍କୁ ଉପଢ଼ୌକନ, ଫଳକ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବୈଜ୍ଞାନିକ ଡ଼. ଡ଼ମ୍ବରୁଧର ସାହୁ ଓ ବର୍ଷିୟାନ ଶିକ୍ଷାବିତ ତଥା କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଭଗବତ ଚାରିଟେବଲ ଟ୍ରଷ୍ଟର ଏଭଳି ପ୍ରତିଭା ପୂଜା କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରଘୁନାଥ ପ୍ରସାଦ ପାଢ଼ୀ ଶର୍ମା, ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ପରିବହନ ଅଧିକାରୀ ଇଂ. ଦେବୀ ପ୍ରସାଦ ପାଢ଼ୀ, ସମାଜସେବୀ ରାମକୃଷ୍ଣ ପାତ, ଡ଼. ଗୋପାଳକୃଷ୍ଣ ପାଣିଗ୍ରାହୀ, ସବିତା ସାହୁକର, ସରିତା ପଣ୍ଡା, ସନ୍ତୋଷିନୀ ବେହେରା, ସୁଶାନ୍ତ କୁମାର କର, କପିଳ ଚନ୍ଦ୍ର ମହାନ୍ତି, ରଞ୍ଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ବି. ସତ୍ୟମ୍ ଆଚାରୀ ଭଜନ ଗାନ କରିଥିବା ବେଳେ ଶେଷରେ ସୁଶ୍ରୀ ଇଶାନୀ ପାତ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଟ୍ରଷ୍ଟର ସମସ୍ତ ସଦସ୍ୟ, ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ ବୋଲି ଏସ୍‌. ପ୍ରକାଶ ଚନ୍ଦ୍ର ପାତ୍ର ଜଣାଇଛନ୍ତି ।