ସରକାରୀ ସହାୟତାକୁ ରହିଲା ଆଶା:ହାତୀ ଆକ୍ରମଣରେ ଭାଙ୍ଗିଲା ବସା

ସୋରଡା/ ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଞ୍ଚାୟତ ର ସାହାଜଖାଲ ନିକଟରେ ଅବସ୍ଥିତ ମାଦୁକେତା ଗ୍ରାମ। ଗତ କିଛି ଦିନ ହେବ ହାତୀଙ୍କ ଉପଦ୍ରବ ରେ ନୟାନ୍ତ ହୋଇସାରିଲେଣି ସେହି ଅଞ୍ଚଳବାସୀ। ସୋମବାର ରାତି ୧୧ ଘଣ୍ଟ ସମୟରେ ଏକ ହାତୀ ପଲ୍ଲ ସାହାଜଖାଲ ନିକଟସ୍ଥ ମାଦୁକେତା ଗ୍ରାମ ର ଉଷା ମଳିକ ଙ୍କ ଘରେ ପଶି ସମସ୍ତ ଘର ସହିତ ଘରେ ଥିବା ଧାନ,ଚାଉଳ ଆଦି ନଷ୍ଟ ଭ୍ରଷ୍ଟ କରିବା ସହ ସେମାନେ ରହୁଥିବା ଚାଳ କୁଡିଆ ଘର ଟିକୁ ଭାଙ୍ଗି ଛିନ୍ନ ଭିନ୍ନ କରିଦେଇଛନ୍ତି । ସେହି ଘରେ ଉଷା ମଳିକ ଙ୍କ ସମେତ ରଶ୍ମିତା ମଳିକ,ସୁନିତା ମଳିକ , ଅମର ମଳିକ ,କାଇଁଚ ମଳିକ, କୁମର ମଳିକ,ସିଦ୍ଧାନ୍ତ ମଳିକ ଏବଂ ସୁଦାମ ମଳିକ ଆଦି ପରିବାରର ସଦସ୍ୟ ସେହି ଚାଳ କୁଡିଆ ଘରେ ରହି ଚାଷ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ ।ବର୍ତ୍ତମାନ ସେମାନେ ବାସହରା ହୋଇ ପଡିଛନ୍ତି । ନିହାତି ଗରିବ ପରିବାର ର ହୋଇଥିବା ଯୋଗୁଁ ଏବେ ଏକ ବାସ ଗୃହ କରିବା ସେମାନଙ୍କ ପାଇଁ ବହୁତ କାଠିକର ।ଘର ସମେତ ନିଜେ ରୋଷେଇ କରି ଖାଇବା ସାମଗ୍ରୀ ମଧ୍ୟ ସେହି ହାତୀ ପଲ୍ଲ ଭାଙ୍ଗି ସର୍ବନାଶ କରିଦେଇଥିବା ଦେଖିବାକୁ ମିଳିଛି। ସୂଚନା ଥାଉକି ସାହାଜଖାଲ ମାଦୂକେତା ଗ୍ରାମ ରଣବା ପଞ୍ଚାୟତ ଅନ୍ତର୍ଗତ ହୋଇଥିଲେ ମଧ୍ୟ ଇନ୍ଦ୍ରଗଡ ଫରେଷ୍ଟ ଡିଭିଜନ ଅଧୀନରେ ଯାଉଚି । ଏହି ଘବର ପାଇ ସ୍ଥାନୀୟ ସରପଞ୍ଚ ବନିତା ମଳିକ ଏବଂ ପୂର୍ବତନ ସରପଞ୍ଚ ଭିକାରୀ ମଳିକ ସେଠାରେ ପହଞ୍ଚି ସେମାନଙ୍କୁ ଆଶ୍ଵାସନା ଦେବା ସହ ଖୁବ୍ ଶୀଘ୍ର ବାସ ଏବଂ ସାହାଯ୍ୟ ସହୋଜଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଫରେଷ୍ଟ ଡିପାର୍ଟମେଣ୍ଟ ର ଅବହେଳା ଯୋଗୁଁ ଏହି ପରି ଏକ ଦୁଃଖଦ ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚା ହେଉଛି ।