ଗଞ୍ଜାମ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି

ଛତ୍ରପୁର: ଛତ୍ରପୁର ଷ୍ଟାଡିୟମ୍ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଭାରେ ମୁଖ୍ୟ ଅତିଥି ରୁପେ ଆସିକା ସାଂସଦ ପ୍ରମିଳା ବିଷୋୟୀ ସମ୍ମାନୀତ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୁର୍ଯ୍ୟମଣି ବୈଦ୍ୟ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ ଏବଂ ଡି, ଆଇ, ଇ, ଟି. ର ଅଧକ୍ଷ ଡା. ସନ୍ତୋଷ କୁମାର ପରିଡ଼ା ମୁଖ୍ୟ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ଆସିକା ସାଂସଦ ପ୍ରମିଳା ବିଷୋୟୀ କହିଛନ୍ତି ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ମାନଙ୍କ ଉନ୍ନତି ପାଇଁ ବହୁତ ଯୋଜନା କରିଛନ୍ତି । ଯାହା ଦେଶ ଗଠନରେ ସାହାର୍ଯ୍ୟ କରିପାରିବ ।ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ ପ୍ରାରମ୍ଭିକ ସ୍ଵାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଡି, ଆଇ, ଇ, ଟି, ଅଧକ୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଜିଲ୍ଲାରେ ବିଭିନ୍ନ ବର୍ଷ ଜିଲ୍ଲାସ୍ତରୀୟ ଛାତ୍ର ପୁରସ୍କାର ୨୧୭, ବ୍ଲକ୍ ସ୍ତରୀୟ ଛାତ୍ର ପୁରସ୍କାର ୨୨୫୦, ଲିଡରସିପ ପୁରସ୍କାର ୧୧୨୯, ମାଧ୍ୟମିକ ସ୍କୁଲ୍ ପୁରସ୍କାର ୬୯, ପ୍ରାଥମିକ ସ୍କୁଲ ପୁରସ୍କାର ୬୨, ଗ୍ରାମପଞ୍ଚାୟତ ପୁରସ୍କାର ୧୬, ଆଲୁମିନି କମିଟି ପୁରସ୍କାର ୨୧, ଏସ. ଏମ. ସି ପୁରସ୍କାର ୨୩, ପ୍ରାଥମିକ ଶିକ୍ଷକ ପୁରସ୍କାର ୨୩, ଏଭଳି ମୋଟ ୩୮୩୩ଟି ପୁରସ୍କାର ଅତିଥି ମାନଙ୍କ ଦ୍ବାରା ସମସ୍ତଙ୍କୁ ମାନପତ୍ର ଏବଂ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା । ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସମସ୍ତ ବ୍ଳକ୍ ର ବି, ଇ, ଓ ସମସ୍ତ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଚାରି ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଏ, ପି, ଡି ମନୋଜ୍ କୁମାର ବେହେରା ଏସ ସି/ଏସ ଟି ସଂଯୋଜକ ଡ଼. ସରୋଜ ମୋହନ ପାଳ ଗଞ୍ଜାମ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାମ ଚନ୍ଦ୍ର ମହାରଣା, ଖଣ୍ଡଦେଉଳି ହାଇସ୍କୁଲ ପ୍ରଧାନ ଶିକ୍ଷକ ଡ଼. ଶଙ୍କର ନାରାୟଣ ବେଦ, ମେଡିକାଲ କେମ୍ପସ୍ ପ୍ରଧାନ ଶିକ୍ଷୟିତ୍ରୀ ଡ଼. ପ୍ରଭାତୀ ମହାପାତ୍ର, ସିଟି ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ପଦ୍ମଭୂଷଣ ମାଝି, ଭି ଭି ଗିରି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚାନ୍ଦିନୀ ପଣ୍ଡା, ପୁରୁଣା ପାଟଣା ପ୍ରଧାନ ଶିକ୍ଷକ ଗୋକୁଳ କୃଷ୍ଣ ପଣ୍ଡା, ଅନୋସ୍କୋ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, କେଲୁଆପଲି ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ପାତ୍ର, ଏଲ, ପି ଭାଗିରଥି ସ୍ୱାଇଁ ଏବଂ କେ ଶରଣ କୁମାର ପ୍ରମୁଖ ପରିଚାଳନା କରିଥିଲେ।