ସମ୍ପତ୍ତିଆ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣରେ ବିଳମ୍ବନେଇ ତହସିଲଅଫିସ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପଞ୍ଚାୟତବାସୀଙ୍କ ଗଣଧାରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନବଗଠିତ ସମ୍ପତ୍ତିଆ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣରେ ଅହେତୁକ ବିଳମ୍ବ ଘଟୁଥିବାରୁ ଗତକାଲି ପଞ୍ଚାୟତବାସୀଙ୍କ ପକ୍ଷରୁ ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା ଦିଆଯାଇଛି । ପୂର୍ବରୁ ଜଳେଶ୍ୱର ତହସିଲଦାରଙ୍କ ଅନୁମୋଦନ କ୍ରମେ ପତ୍ର ସଂଖ୍ୟା-୧୩୫୧ ତା ୪-୬-୧୮ରିଖ ମୂଳେ ସମ୍ପତ୍ତିଆ ମୌଜାର ଖାତା ନଂ ୨୮୯ ଓ ପ୍ଲଟ ନଂ ୨୯୨ରେ ବସ୍ତିଯୋଗ୍ୟ ଜାଗାରେ ପଞ୍ଚାୟତ କାର୍ଯ୍ୟାଳୟ କରାଯିବାକୁ ବିଡିଓଙ୍କୁ ଚିଠି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପ୍ଲଟ ନଂ ୪୬୪ କିସମ ଉନ୍ନତ ଯୋଜନାଯୋଗ୍ୟ ଜମିକୁ ପଞ୍ଚାୟତ କାର୍ଯ୍ୟାଳୟ କରାଯିବାକୁ ସିଦ୍ଧାନ୍ତ ନେଇଥିବାରୁ ଅସନ୍ତୋଷ ପ୍ରକାଶ କରି ପଞ୍ଚାୟତ ଗ୍ରାମ୍ୟ କମିଟିର ଉନ୍ନୟନ ମଞ୍ଚ ପକ୍ଷରୁ ପୂର୍ବରୁ ତହସିଲଦାରଙ୍କୁ ଜଣାଇ ଦିଆଯାଇଥିଲା । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ନ ହେବାରୁ ଗତକାଲି ପୂର୍ବାହ୍ନରେ କମିଟିର ସଭାପତି ଦିପ୍ତିମାନ ଆଚାର୍ଯ୍ୟ ,ଦିଲ୍ଲୀପ କୁମାର ଶତପଥି, ଶିବ ଶଂକର ହୁଇ, ଜ୍ଞାନ ରଂଜନ ଦାସ, ଅନୀଲ କୁମାର ପ୍ରଧାନ, ଜୀବନ ପରିଡା, ମୂରଲୀଧର ଗିରି, ତାପସ ପାତ୍ର, ଗୀତାରାଣୀ ଆଚାର୍ଯ୍ୟ, ଚନ୍ଦନ ଶତପଥି, ସୁଷମା ଦେ, ପ୍ରାଣକୃଷ୍ଣ ପ୍ରଧାନ, ଜନାର୍ଦ୍ଦନ ଦାସ, ବଂଶୀଧର ମହାନ୍ତି, ଅର୍ଚିତା ମହାନ୍ତି, ହରିଶକଂର ମହାନ୍ତି ପ୍ରମୁଖ ବହୁ ଗ୍ରାମବାସୀ ଜଳେଶ୍ୱର ତହସିଲ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି । ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଚାଲିବ ବୋଲି ଦୀପ୍ତିମାନ ଆଚାର୍ଯ୍ୟ ଓ ଦିଲ୍ଲିପ ଗିରି ପ୍ରମୁଖ ସୂଚନା ଦେଇଛନ୍ତି । ଏ ସଂପର୍କରେ ତହସିଲଦାରଙ୍କ ପଚାରିବାରୁ ସେ କହିଲେ ପୂର୍ବେ ୨୯୨ ନଂ ଖସଡାକୁ ସିନ୍ନ୍ ନିଆଯାଇଥିଲେ ମଧ୍ୟ ଏଥିରେ ୧୩ ଭୂମୀ ହୀନଙ୍କୁ ଘରଡିହ ନିମନ୍ତେ ସ୍ଥାନ ଦିଆଯାଇଛି । ତେଣୁ ଏବେ ପୂର୍ବ ଆଦେଶକୁ ପରିବର୍ତ୍ତନ କରି ପ୍ଲଟ ନଂ ୪୬୪ରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରିବାକୁ ସିଦ୍ଧାନ୍ତ ନିଆଯାଇଛି । ଏ ସଂପର୍କରେ ସବିଶେଷ ନିଷ୍ପତ୍ତି ଗଠିତ ସ୍ଥାନ ନିରୂପଣ କମିଟିର ସଭାପତି ତଥା ଉପଜିଲ୍ଲାପାଳ ନିଲୁ ମହାପାତ୍ର ନେବେ ବୋଲି ତହସିଲଦାର ଅଭିମନ୍ୟୁ ପଣ୍ଡା କହିଛନ୍ତି । ପୂର୍ବରୁ ଜିଲାପାଳ ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନ ଚିହ୍ନଟ ନିମନ୍ତେ ୭ଦିନ ସମୟ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କମିଟି ସିଦ୍ଧାନ୍ତ ନିଷ୍ପତ୍ତି ନେଇଥିବାରୁ ବିଳମ୍ବ ଘଟୁଥିବା ପ୍ରକାଶ ପାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା