ସମୃଦ୍ଧ ଓଡିଶାର ପ୍ରଭାବ : ଏଆଇଟିୟୁସି କର୍ମୀ ସଂଘ ଅଣ୍ଡା ବଣ୍ଟନ କଲେ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସମୃଦ୍ଧ ଓଡ଼ିଶାର ପ୍ରଭାବରେ ଏଆଇଟିୟୁସି କର୍ମୀ ସଂଘ ଅଣ୍ଡା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଛତ୍ରପୁର ଜିଲ୍ଲା କାର୍ଯ୍ୟାଳୟ ଦ୍ଵାରା କୋବିଡ-୧୯ ପରିଚାଳନାଗତ କାରଣକୁ ନେଇ ଜିଲ୍ଲାରେ ପ୍ରକଳ୍ପସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରର ରନ୍ଧନ ଓ ବଣ୍ଟନ ପାଇଁ ଉଦ୍ଧିଷ୍ଟ ଅଣ୍ଡା ଯୋଗାଣ ବ୍ୟବସ୍ଥାକୁ ଜିଲ୍ଲା ପକ୍ଷରୁ ଉପଖଣ୍ଡ ଆଧାରରେ ତିନିଗୋଟି ମହିଳା ଗୋଷ୍ଠୀଙ୍କୁ ଏକତରଫା ଭାବେ ପ୍ରଦାନ କରାଯିବାକୁ ନେଇ ବିଭାଗ ଓ କର୍ମୀ ସମୂହଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ଜିଲ୍ଲାରେ ସଂଗଠନ ଆଧାରରେ କାର୍ଯ୍ୟ କରୁଥିବା କର୍ମୀ ସଂଘ ପକ୍ଷରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରାଯିବା ସହିତ ଅଭିଯୋଗ ଆଧାରରେ ବିରୋଧ କରାଯାଇ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ପ୍ରସ୍ତୁତି ହେଉଥିବା ମୁଖ୍ୟ ଖବର ହୋଇଥିଲା । ପରନ୍ତୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ହସ୍ତକ୍ଷେପ ପରେ ଏହି ବ୍ୟବସ୍ଥାର ପରିସମାପ୍ତି ଘଟିଥିବା ବେଳେ ପୂର୍ବ ପ୍ରକାରେ ବଣ୍ଟନ ବ୍ୟବସ୍ଥାକୁ ପରିଚାଳନା କରିବାକୁ ବାଚନିକ ଆଦେଶ ଦେଇଥିଲେ । ଏହି ତଥ୍ୟକୁ ଆଧାରକରି ସାନଖେମୁଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ ଏଆଇଟିୟୁସି ଅନୁବନ୍ଧିତ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ସଂଶ୍ଳିଷ୍ଟ କର୍ମିସମୂହ ଆଜି ମାସର ପହିଲା ତାରିଖରେ ଯୋଗ୍ୟ ଗର୍ଭବତୀ ଓ ପ୍ରସୂତି ମହିଳା, ସାତ ମାସରୁ ତିନି ବର୍ଷର ଶିଶୁ ଏବଂ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ପାଇଁ ଉଦ୍ଧିଷ୍ଟ ପରିପୂରକ ସୁଷମା ଶୁଖିଲା ଖାଦ୍ୟ ପଦାର୍ଥ ଛତୁଆ, ସୁଜି, ବାଦାମ ଲଡ଼ୁ ସହ ଅଣ୍ଡା ବଣ୍ଟନ କରିଛନ୍ତି । କୋଭିଡ୍-୧୯ ପ୍ରତିଷେଧକ ବ୍ୟବସ୍ଥାରେ ହିତାଧିକାରୀଙ୍କ ଘରେ ପହଁଚିବା ସହିତ ବଣ୍ଟନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଛନ୍ତି । ସ୍ଥାନୀୟ ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ସରୋଜିନୀ ବେହେରା ଗୌତମୀ ସେକ୍ଟରର ବ୍ୟବସ୍ଥା ଅନୁଧ୍ୟାନ କରାଇଛନ୍ତି । ଆଜି ଏହି ଅବସରରେ ପ୍ରକଳ୍ପର ପାଟପୁର, ଗୌତମୀ, କଳରାପଦର, ଦୟାନିଧିପୁର, ରଧଦେଇ ପୁର, ଏସ ଗୋପାଳ ପୁର, ଗାଙ୍ଗପୁରର ସଂଘ କମୀଙ୍କଦ୍ୱରା ବଣ୍ଟନ କରାଯାଇଥିବା ପ୍ରକଳ୍ପ କର୍ମୀ ସଂଘ ସଭାନେତ୍ରି ଶ୍ରୀମତୀ ମିତା କୁମାରୀ ମିଶ୍ର, ସମ୍ପାଦିକା ଶ୍ରୀମତୀ ସୁଷମା ପ୍ରଧାନ, କାଉନସିଲ ସଦସ୍ୟ ବେଦମତି ରଥ, ରୀନ ପଟ୍ଟନାୟକ, ରଶ୍ମିତା ସାହୁ ପ୍ରମୁଖ ନିଜ ବକ୍ତବ୍ୟରେ ସୂଚିତ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା