ଛତ୍ରପୁର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂଗ୍ରାମ ସ୍ପୋର୍ଟସ୍ କ୍ଲବ ପକ୍ଷରୁ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂଗ୍ରାମ ସ୍ପୋର୍ଟସ କ୍ଲବ ପକ୍ଷରୁ କରୋନା ମହାମାରୀରେ ନିଜ ଜୀବନକୁ ବାଜି ଲଗାଇ ଗରୀବ ଖଟିଖିଆ ଅସହାୟ ଲୋକଙ୍କ ଦାବୀକୁ ଲୋକଲୋଚନକୁ ଆଣିବା ସହ କରୋନା ମୁକାବିଲାରେ ଆଗଧାଡିରେ କୋଭିଡ ଯୋଦ୍ଧା ଭଳି କାର୍ଯ୍ୟ କରୁଥିବା ଛତ୍ରପୁରର ସମସ୍ତ ସାମ୍ବାଦିକମାନଙ୍କୁ କ୍ଲବର ନିଜସ୍ୱ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଥମେ ସାମ୍ବଦିକମାନଙ୍କୁ ସାନିଟାଇଜର କରାଯାଇଥିଲା ଏହାପରେ ମାସ୍କ ଦିଆଯିବା ସହ ଉପଢୈକନ ପ୍ରଦାନ କରି କ୍ଲବର ସଭାପତି ତଥା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ ସମ୍ବର୍ଦ୍ଧିତ କରିବା ସହ କରୋନା ମହାମାରୀରେ ସାମ୍ବାଦିକମାନେ କାର୍ଯ୍ୟ କରୁଥିବାରୁ ଶ୍ରୀ ରେଡ୍ଡୀ ହାତ ଯୋଡି ସମସ୍ତଙ୍କୁ ସମ୍ମାନ ଜଣାଇଥିଲେ । ଏହାସହ ଏନ୍‌.ଗିରିଧର ରାଓ, ଆର.ୟୋଗେଶ୍ୱର ରାଓ, ଅଜୟ କୁମାର ପଣ୍ଡା, ମୁନା ପଣ୍ଡା, ଶ୍ରୀକାନ୍ତ ସେନାପତି, ନରୋଧ ନାୟକ, ବାବୁଲୀ ଦୋରା, ନୀଳାଞ୍ଚଳ ସେନାପତି, ସୁରଜିତ୍ ସାମନ୍ତରାୟଙ୍କ ସମେତ କ୍ଲବର ସମସ୍ତ ସଦସ୍ୟମାନେ ଅଂଶ ଗ୍ରହଣ କରି କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇଥିଲେ । ପୁର୍ବରୁ କ୍ଲବ ପକ୍ଷରୁ ଛତ୍ରପୁର ସହରର ଗରୀବ ଅସହାୟ ଲୋକମାନଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯିବ ସହ ଦାମିଆନର ବାସିନ୍ଦା ମାନଙ୍କୁ ସୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା । ଏହାସହ କୋରାନା ମୁକାବିଲା ନେଇ ଲୋକଙ୍କୁ କ୍ଲବର ସଦସ୍ୟମାନେ ସଚେତନ କରି ଆସୁଛନ୍ତି । ଆଜି କୋଭିଡ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥିରେ ଆମ ପ୍ରତିନିଧି ନିମାଇଁ ଚରଣ ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା