ସମାଜସେବୀ ସଞ୍ଜୟ ନାଏକଙ୍କ ବିଶାଳ ରାଲି

ଢେଙ୍କାନାଳ (ସମୃଦ୍ଧଓଡିଶା) ହିନ୍ଦୋଳ (ବାବନ୍ଧ) ଅଞ୍ଚଳର ଜଣାଶୁଣା ସମାଜସେବୀ ସଞ୍ଜୟ କୁମାର ନାଏକଙ୍କ ଦ୍ୱାରା ଆଜି ସ୍ଥାନୀୟ କୁକୁଟା ଛକ ଠାରୁ ହିନ୍ଦୋଳ ବ୍ଲକ ପର୍ଯ୍ୟନ୍ତ ଏକ ବିରାଟ ବାଇକ ରାଲି ହୋଇଥିଲା । ଓଡାପଡା ଓ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଯୁବକ ମାନେ 200ରୁ ଉର୍ଦ୍ଧ ବାଇକରେ ଶୋଭାଯାତ୍ରା କରି ଶ୍ରୀ ନାଏକ ଙ୍କୁ ଉତ୍ସାହିତ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରି ସଞ୍ଜୟ ଭାଇ ଜିନ୍ଦବାଦ ନାରାରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା । ହରିଜନ ସମାଜର 300 ରୁ ମହିଳା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ପାଖାପାଖି 600ରୁ ଉର୍ଦ୍ଧ କର୍ମୀ ଏହି ସଭାରେ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପରୋକ୍ଷରେ ସମର୍ଥନ ଜଣେଇଛନ୍ତି । ସୂଚନାଯୋଗ୍ୟ ଶ୍ରୀ ନାଏକ ସୁଦୂର ଲଣ୍ଡନରେ ନିଜର କର୍ମସ୍ଥଳୀ ବାଛିଥିଲେ ମଧ୍ୟ,ନିଜ ମାଟି ମାଆର ସେବା କରିବା ପାଇଁ ଉଚ୍ଚବେତନ ଛାଡିଛନ୍ତି । ସମାଜ ସେବା ସହ ଲୋକଙ୍କ ସହିତ ରହି ତୃଣମୂଳ ସ୍ତରରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାନୀୟ ରୋଜଗାର କୁ ଗୁରତ୍ୱ ଦେଇ ଲୋକଙ୍କ କାମକୁ ସହଜ ଓ ସୁବିଧାରେ କରେଇବା ପାଇଁ ପ୍ରତିଶ୍ରୁତି ବଦ୍ଧ । ଶ୍ରୀ ନାଏକ ଙ୍କ ଏହି ବାଇକ ରାଲି ହିନ୍ଦୋଳ ବିଧାନସଭା କ୍ଷେତ୍ର ପାଇଁ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଏପଟେ ଢେଙ୍କାନାଳ ମାଟିର ଲଢୁଆ ପୁଅ ତଥା ବିଜେପିର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହିନ୍ଦୋଳ ଗସ୍ତ ସହିତ ସଞ୍ଜୟ ନାଏକଙ୍କ ବିଶାଳ ରାଲି, ହିନ୍ଦୋଳ ରାଜନୀତିଆଙ୍କ ଚା ଖଟିରେ ଯୁକ୍ତିତର୍କ ହେଉଥିବାର ଶୁଣିବାକୁ ମିଳୁଛି । ସଞ୍ଜୟ ନାଏକଙ୍କୁ ବହୁଳ ପରିମାଣରେ ଜନସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି ବୋଲି ଆମର ସ୍ୱତନ୍ତ୍ର ପ୍ରତିନିଧି ଜଣେଇଛନ୍ତି ।

ଭୁବନେଶ୍ୱରରୁ ରଜତ ମହାପାତ୍ର ଓ ଢେଙ୍କାନାଳରୁ ପ୍ରଦ୍ୟୋତ ବିଶ୍ୱାଳଙ୍କ ରିପୋର୍ଟ