ଭଗବତୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ମା ଭଗବତୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ରୋଟାରୀ କ୍ଲବ ଭୁବନେଶ୍ବର ମେଟ୍ରୋର ମିଳିତ ଆନୁକୂଲ୍ୟରେ ଏକ ଚକ୍ଷୁ ଚିକିତ୍ସା କେନ୍ଦ୍ର ଭୁବନେଶ୍ବର ଉପଖଣ୍ଡ ଅଳସୀ ଶାସନ୍ ପଞ୍ଚାୟତ ଭୈରିପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।ଏହି ଚକ୍ଷୁ ଚିକିତ୍ସା କେନ୍ଦ୍ରରେ 2oo ରୁ ଉର୍ଦ୍ଧ ଲୋକ ପଞ୍ଜିକରଣ କରିଥିଲେ ଓ ସେଥିରୁ 114 ଜଣ ଙ୍କୁ ଚଷ ମା ବଣ୍ଟା ଯାଇଥିଲା ଏବଂ ଅନ୍ୟ ମାନଙ୍କୁ ଆଖି ଅପରେସନ କରିବା ପାଇଁ ପରାମର୍ଶ ଦିଆଯାଇଛି।ଯେଉଁ ମାନଙ୍କର ଅପରେସନ ହେବ ସେମାନଙ୍କୁ ମଧ୍ୟ ବିନା ଖର୍ଚ୍ଚରେ ଭୁବନେଶ୍ବର ଠାରେ ଥିବା ରୋଟାରୀ ଆଇ ହସ୍ପିଟାଲରେ କିମ୍ବା ଏଲ୍ ଭି ପ୍ରସାଦ ହସ୍ପିଟାଲରେ ଚିକିତ୍ସା କରାଯିବ ବୋଲି ଉପସ୍ଥିତ ଥିବା ରୋଟାରୀ ୟାନ୍ ମନେ ଲୋକ ମାନଙ୍କୁ କହିଥିଲେ। ଫଳରେ ଆଖାପାଖ ଗ୍ରାମର ଲୋକମାନେ ବହୁତ ଖୁସି ଅନୁଭବ କହିଥିଲେ। ଏହି ଚକ୍ଷୁ ଶିବିର କୁ ଭୁବନେଶ୍ବର ମେଟ୍ରୋ ଶାଖାର ସଭାପତି ରସା ନନ୍ଦ ରାଉତ,ପୂର୍ବତନ ସଭାପତି ସାରଦା ଭବାନୀ ପଟ୍ଟନାୟକ ଜର୍ମାନୀ ଭଲି ବିଦେଶରୁ ଆସିଥିବା ରୋଟାରିଆନ ମାର୍ଟିନ ସେଡ ନାୟର୍, ଆଣ୍ଟି ଜୀ କ୍ରିଷ୍ଟ ,ପିୟୁଷ ଖେତାନ,ନବୀନ ଶର୍ମ। ଓ ଶାସଙ୍କ ମହାନ୍ତି ଉପସ୍ଥିତ ରହି ଚାକ୍ଷୁ ଶିବିରକୁ ସୂଚାରୁରୂପେ ପରିଚାଳନା କରିଥିଲେ ଏବଂ ମା ଭାଗ୍ୟବତୀ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଭାପତି ସମ୍ପାଦକ ଓ ସମସ୍ତ ସଭ୍ଯ ମାନେ ସମସ୍ତ ପ୍ରକାର ଆୟୋଜନ କରିଥିଲେ ।ଏଥିରେ ଗ୍ରାମ ବାସୀ ମାନେ ବହୁତ ଖୁସି ଅନୁଭବ କହିଥିଲେ।

ରିପୋର୍ଟ : ରଜତ ମହାପାତ୍ର