ସମବାୟ ସମିତିର ସମ୍ପାଦକମାନଙ୍କ ପାଇଁ ତାଲିମ ଶିବିର ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ସମବାୟ ପରିଚାଳନା ପ୍ରତିଷ୍ଠାନ ଗୋପାଳପୁର ବେଳାଭୂମି ତଥା ଓଡିଶା ରାଜ୍ୟ ସମବାୟ ୟୁନିୟନର ମିଳିତ ଆନୁକୂଲ୍ୟରେ ବଜାର ନିୟନ୍ତ୍ରିତ କମିଟି ସମ୍ମିଳନୀ କକ୍ଷ(ଆମ୍ବପୁଆ)ରେ ଛତ୍ରପୁର ସମବାୟ ସମିତି ସମୂହ ଅଧିନସ୍ତ ସମସ୍ତ କୃଷି ସେବା ସମବାୟ ସମିତିର ସମ୍ପାଦକ ମାନଙ୍କ ପାଇଁ “ତଥ୍ୟ ସଂଗ୍ରହ ଏବଂ ରକ୍ଷଣାବେକ୍ଷଣ ସହ ପରିଚାଳନା” ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଉପନିର୍ଦ୍ଦେଶକ ସମବାୟ ସମିତି ସମୂହ, ବ୍ରହ୍ମପୁର ବିଶ୍ୱରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ କୃଷି ସମବାୟ ସମିତି ମାନଙ୍କର କମ୍ପ୍ୟୁଟର ମାଧ୍ୟମରେ ସମସ୍ତ କୃଷି, ଋଣ, ସାର ବିକ୍ରି, ତତସଙ୍ଗେ ବିଭିନ୍ନ ପ୍ରକାର ବ୍ୟବସାୟ କରି ସମିତି ଲାଭବାନ ହୋଇପାରିବ ସମ୍ପାଦକ ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡିଶା ରାଜ୍ୟ ସମବାୟ ୟୁନିୟନର ନିର୍ଦ୍ଦେଶକ ତଥା ସମବାୟ ପରିଚାଳନା ପ୍ରତିଷ୍ଠାନର ଉନ୍ନୟନ କମିଟିର ଅଧକ୍ଷ ସନାତନ ସଂଗ୍ରାମ ସିଂ ଯୋଗ ତାଲିମ ଓ ଶିକ୍ଷା ସମସ୍ତ ସମ୍ପାଦକ ମାନଙ୍କୁ ନିତ୍ୟାନ୍ତ ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ସମବାୟ ପରିଚାଳନା ପ୍ରତିଷ୍ଠାନର ଅଧକ୍ଷ ତଥା ସହକାରୀ ନିର୍ଦ୍ଦେଶକ, ସମବାୟ ସମିତି ସମୂହ, ବ୍ରହ୍ମପୁର ଶିବପ୍ରସାଦ ସ୍ୱାଇଁ ସମ୍ମାନୀୟ ଅତିଥି ଭାବେ ସମ୍ପାଦକ ମାନଙ୍କ ନିଷ୍ଠାପର ଭାବ କମ କରି ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ସମିତିରେ କାର୍ଯ୍ୟକାରୀ କରି କୃଷକ ମାନଙ୍କର ସେବା କରିବା ପାଇଁ ବକ୍ତବ୍ୟ ଦେଇଥିଲେ । କାର୍ଯ୍ୟକ୍ରମରେ ଛତ୍ରପୁର ସମବାୟ ସମିତି ସମୂହ ଅଧିନସ୍ତ ଆଠଗୋଟି ବ୍ଳକର ୧୫୧ଟି ସମିତିର ସମ୍ପାଦକ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସମବାୟ ସମିତି ସମୂହ, ଛତ୍ରପୁର ସର୍କଲର ଉପସହକାରୀ ସମବାୟ ନିର୍ଦ୍ଦେଶକ ଶ୍ରୀ କୁଞ୍ଜ ବିହାରୀ ପଟ୍ଟନାୟକ, ଉପ ସହକାରୀ ନିର୍ଦ୍ଦେଶକ ସୁଶାନ୍ତ କୁମାର ପାଢୀ ଓ ଅନ୍ୟାନ୍ୟ ସମବାୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ସମବାୟ ପରିଚାଳନା ପ୍ରତିଷ୍ଠାନର ଅଧ୍ୟାପିକା ଶ୍ରୀମତୀ ମମତା ସାହୁ ଓ ଅଧ୍ୟାପକ ଡି. କୃଷ୍ନାନନ୍ଦ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା