ତାରାତାରିଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ତାରାତାରିଣୀ ଉନୟନ ପରିଷଦ ବୋର୍ଡ଼ର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ସର୍ଵବିଧ ଉନ୍ନତି ଓ ପବିତ୍ର ଚୈତ୍ର ପର୍ବ ଯାତ୍ରା ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ବିଶଦ ପୁଙ୍ଖାନୁପୁଙ୍ଖ ଭାବେ ବିଭନ୍ନ ଲାଇନ ବିଭାଗ ସହ ଆଲୋଚନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଏକ ସ୍ୱତନ୍ତ୍ର ପେକଜ ଘୋଷଣା ସାଙ୍ଗକୁ ଏହାକୁ ଜାତୀୟ ସ୍ତରରେ ଏକ ପ୍ରସିଦ୍ଧ ଶାକ୍ତ ପୀଠ ଭାବେ ମାନ୍ୟତା ଦେବାରେ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ଏନେଇ ସଭାରେ ସମସ୍ତେ ଖୁସି ହୋଇଥିଲେ । ଚଳିତ ମାର୍ଚ୍ଚ ମାସ ୧୦ ତାରିଖରୁଏପ୍ରିଲ ମାସ ୭ତାରିଖ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଏହିପରି ୫ଟି ପାଳି ମଙ୍ଗଳବାରରେ ଦେବୀଙ୍କ ଯାତ୍ରା ଅନୁଷ୍ଠିତ ହେଉଛି ବୋଲି ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଦର୍ଶାଇଥିଲେ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ଜିଲ୍ଲା ପ୍ରଶାସନର ସହଯୋଗରେ ସଭିଏ ସକ୍ରୀୟ ଅଂଶ ଗ୍ରହଣ କରି ସାଫଲ୍ୟ କରିବା ନିମନ୍ତେ ଏହି ବୈଠକରେ କାମନା କରାଯାଇଛି । ବିଭିନ୍ନ ବିଭାଗୀୟ ଅଧିକାରୀ, ରାଇପୁର ସରପଞ୍ଚ, ପୁରୁଷୋତ୍ତମପୁର-ବିଡ଼ିଓ, ତହସିଲଦାର, ଛତ୍ରପୁର ଉପ-ଜିଲ୍ଲାପାଳ, ଆରକ୍ଷୀ ବିଭାଗ ଅଧିକାରୀ, ମନ୍ଦିର ପୂଜକ, ପଣ୍ଡିତ, ସେବାୟତ, ମନ୍ଦିର ପ୍ରଶାସକ, ତାରାତାରିଣୀ ମନ୍ଦିର ନିର୍ବାହୀ ଅଧିକାରୀ ତିର୍ମୁଲା କୁମାର ରେଡ୍ଡୀ, ଗଞ୍ଜାମ ବସ ମାଲିକ ସଂଘର ସଭାପତି ସନ୍ତୋଷ ପତି, ଉନ୍ନୟନ ପରିଷଦର କାର୍ଯ୍ୟକାରୀ ସଦସ୍ୟ ରାମଚନ୍ଦ୍ର ପାଣିଗ୍ରାହୀ, ମନୋରଞ୍ଜନ ପଣ୍ଡା, ଶାନ୍ତନୁ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା