ସବ୍‌ଜଜ୍ ଇନ୍ଦିରା ପ୍ରିୟଦର୍ଶନୀଙ୍କୁ ବିଦାୟ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୩ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ବାଲେଶ୍ୱର ଜିଲାର ଜଳେଶ୍ୱରର ସିନିୟର ସିଭିଲ ଜଜ୍ (ସବ୍‌ଜଜ୍‌)ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ଜଜ୍ ଇନ୍ଦିରା ପ୍ରିଦର୍ଶନୀଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି । ଏହି ଉପଲକ୍ଷେ ଆଜି ଜଳେଶ୍ୱର ଓକିଲ ସଂଘ ପକ୍ଷରୁ ସଂଘର ସମ୍ମିଳନୀ କକ୍ଷରେ ବିଦାୟ କାଳୀନ ସମ୍ବର୍ଦ୍ଧନା କରାଯାଇଛି । ସଂଘର ସଭାପତି ତଥା ବରିଷ୍ଟ ଆଇନ୍‌ଜିବୀ ଅନିଲ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ସଂଘର ପ୍ରାକ୍ତନ ସଭାପତି ସତ୍ୟସୁନ୍ଦର ଦାସ, ଚିନ୍ମୟ ଦାସ, ନିତ୍ୟଗୋପାଳ ଦାସ, ଅବଧୁତ ଜେନା, କଂଜୁବିହାରୀ ଦାସ ଓ ସଂପାଦକ ବିନୋଦବିହାରୀ ସାହୁ, ମଦନମୋହନ ରାଉଳ, ଦେବକାନ୍ତ କାସ୍ତ, ଫରିଦ ଅହମ୍ମଦ ପ୍ରମୁଖ ଯୋଗ ଦେଇ ବିଦାୟୀ ସବ୍‌ଜଜ୍‌ଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । କୋର୍ଟ ଗୃହ ସ୍ଥାନାନ୍ତରର ସମୟରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ସମ୍ମାନୀତ ଅତିଥି ଭାବେ ଜୁନିୟର ସିଭିଲ ଜଜ୍ (ମୁନ୍‌ସଫ) ପାର୍ଥ ପ୍ରତୀକ ଯୋଗ ଦେଇଥିଲେ । ସବ୍ ଜଜ୍‌ଙ୍କ ଉଦ୍ଦେଶ୍ୟରେ କେତେକ ଆଇନ୍‌ଜିବୀଙ୍କ ସହିତ ପ୍ରକାଶଚନ୍ଦ୍ର ଦେ କବିତା ପାଠ କରିଥିଲେ । ପରିଶେଷରେ ବିଜନ ଦେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରରେ ସଂଘର ସମସ୍ତ ପଦାଧିକାରୀ, କର୍ମକର୍ତ୍ତା, ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା