ସନ୍ଧ୍ୟା ଭିତରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ସନ୍ଧ୍ୟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ହାଲୁକା ବର୍ଷା ହେବା ଆଶଙ୍କା ରହିଛି । ଏନେଇ ସ୍ଵତନ୍ତ୍ର ରିଲିଫ୍‌ କମିଶନର ସତର୍କତା ଜାରି କରିଛନ୍ତି । ଆଞ୍ଚଳିକ ପାଣିପାଗ ବିଭାଗର ନାଓ କାଷ୍ଟ ସୂଚନା ଆଧାରରେ ଏହି ସତର୍କତା ଜାରି କରାଯାଇଛି । ଏହି ସୂଚନାରେ କୁହାଯାଇଛି ଯେ, ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଜଗତସିଂହପୁର, ନବରଙ୍ଗପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ସେହିପରି ରାୟଗଡ଼ା ଜିଲ୍ଲାର ଗୁଣପୁର ବ୍ଲକ୍‌ ଏବଂ ଗଜପତି ଜିଲ୍ଲାର ଗୁମ୍ମା ଓ କାଶୀନଗର ବ୍ଲକ୍‌ରେ ବଜ୍ରପାତର ଆଶଙ୍କା କରାଯାଇଛି ।

ରିପୋର୍ଟ : ଆକାଶ ମିଶ୍ର