ସନ୍ଦିବାଡୀ ଗ୍ରାମରେ ପାଣି ସମସ୍ୟା ନେଇ ରାୟଗଡାର ମହିଳାମାନେ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଦେଲେ ଦାବି ପତ୍ର

ରାୟଗଡା (ତୁଷାର ରଞ୍ଜନ ସାହୁ ): ରାୟଗଡା ବ୍ଲକ ସନ୍ଦିବାଡୀ ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ସସମ୍ୟାକୁ ନେଇ ବୁଧବାର ପ୍ରତାପ ପୁଆଲାଙ୍କ ନେତୃତ୍ୱରେ ଏକ ଦାବି ପତ୍ର ଜିଲା ଗ୍ରାମ୍ୟ ଜଳ ଯୋଗଣ ବିଭାଗକୁ ପ୍ରଦାନ କରାଯାଇଛି । ଏହି  ଗ୍ରାମରେ ପାନୀୟ ଜଳ ପାଇଁ ଯାହା କେତୋଟି ନଳ କୁପ  ରହିଛି  ତାହା ବହୁତ ଦିନ ହେଲା  କାର୍ଯ୍ୟ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ସକାଶେ ଦାବି ପତ୍ର ଗ୍ରାମ୍ୟ ଜଳ ଯୋଗଣ ବିଭାଗର ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତିବାରିଙ୍କୁ ପ୍ରଦାନ କରାଯାଇଛି ।ରାୟଗଡାଜିଲା ଏସଟି,ଏସସି ,ଓବିସି ମହାସଂଘ ପକ୍ଷରୁ ସହରରେ ଏକ ବିରାଟ ଶୋଭାଯାତ୍ରାରେ ମହିଳାମାନେ ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ଦେଇଛନ୍ତି  ।