ଖବରଦାତାଙ୍କ ଉପରେ ହେଉଥିବା ଆକ୍ରମଣର ପ୍ରତିବାଦରେ ଜିଲା ପ୍ରଶାସନରକୁ ଶାନ୍ତିପୂର୍ଣ୍ଣ ଅସହଯୋଗ:ପାଟିରେ କଳାକନା ବାନ୍ଧି ନୀରବ ପ୍ରତିବାଦକଲେ ରାୟଗଡା ସାମ୍ବାଦିକମାନେ

ରାୟଗଡା (ତୁଷାର ରଞ୍ଜନ ସାହୁ ) ରାଜ୍ୟରେ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଓ ରାୟଗଡ଼ା ଜିଲ୍ଲାରେ ପ୍ରଶାସନର ସାମ୍ବାଦିକଙ୍କ ପ୍ରତି ଅଣଦେଖାକୁ ବିରୋଧ କରି ରାୟଗଡା ସାମ୍ବାଦକମାନେ ଜିଲା ପ୍ରଶାସନରକୁ ଶାନ୍ତିପୂର୍ଣ୍ଣ ଅସହଯୋଗ କରିଛନ୍ତି।  ଗତ କାଲି ସନ୍ଧ୍ୟା ୪.୦୦ଘଣ୍ଟା ସମୟରେ ଗଜପତି ଛକ ନିକଟରେ ସମସ୍ତ ସାମ୍ବାଦିକମାନେ ପାଟିରେ କଳା କନା ବାନ୍ଧି ନୀରବ ପ୍ରତିବାଦ ଜଣାଇଥିଲେ। ପ୍ରସାଶନ ସାମ୍ବାଦିକମାନଙ୍କ ସମସ୍ୟାପ୍ରତି ସଜାଗ ନ ରହିଲେ କୌଣସି କ୍ଷେତ୍ରରେ ସରକାରଙ୍କୁ ସହଯୋଗ କରାଯିବନାହିଁ ବୋଲି ନିଷ୍ପତି ନିଆଗଲା।