ସତ୍ୟବ୍ରତ ଦାଶଙ୍କୁ ରମ୍ଭା ଏନ୍ଏସି ଠାରେ ସମ୍ବର୍ଦ୍ଧନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଦାବୀରେ ସାରା ଓଡ଼ିଶାର ପ୍ରତ୍ୟେକ ବ୍ଳକକୁ ପଦଯାତ୍ରା ମାଧ୍ୟମରେ ଯାଇ ବିଡିଓଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ଦାବୀପତ୍ର ପ୍ରଦାନ କରୁଥିବା ସତ୍ୟବ୍ରତ ଦାଶଙ୍କୁ ରମ୍ଭା ଏନ୍ଏସି ଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୨୦୧୯ ମସିହା ଜୁଲାଇ ମାସ ୧୦ ତାରିଖରୁ ଯାଜପୁର ଜିଲ୍ଲାର ବଡଚଣାରୁ ପଦଯାତ୍ରାରେ ବାହାରି ସତ୍ୟବ୍ରତ ୫୨୭ ତମ ଦିନରେ ଆଜି ରମ୍ଭାଠାରେ ପହଞ୍ଚିଥିଲେ । ରମ୍ଭା ଠାରେ ବିଜେଡିର ନଗର ସଭାପତି ବନବାସୀ, ପୂର୍ବତନ ନଗରପାଳ ବିଜୟ ବିଶ୍ୱାଳ ପ୍ରମୁଖ ସତ୍ୟବ୍ରତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା