ସଡ଼କ ସୁରକ୍ଷା ଆଇନ ଉଲ୍ଲଂଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏଥର ସଡ଼କ ସୁରକ୍ଷା ଆଇନ ଉଲ୍ଲଂଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ । ଏ ନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଟ୍ରାନ୍ସପୋର୍ଟ କମିଶନର ଚିଠି ଲେଖିଛନ୍ତି । ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଲାଗୁ କରିବାକୁ ଚିଠିରେ ଲେଖାଯାଇଛି । ୩ ମାସ ଯାଏଁ ଅସ୍ଥାୟୀ ଭାବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ । ପ୍ରଥମ ଥର ଉଲ୍ଲଂଘନ ହେଲେ ମଧ୍ୟ ୩ ମାସ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ଧାର୍ଯ୍ୟ ନିୟମଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ ହେବ । ଓଭରଲୋଡ କିମ୍ବା ମଦ୍ୟପାନ କରି ଗାଡ଼ି ଚାଳନା କଲେ, ଗାଡ଼ି ଚଳାଇବା ବେଳେ ହେଲମେଟ ପିନ୍ଧି ନ ଥିଲେ, ମୋବାଇଲ ବ୍ୟବହାର କରୁଥିଲେ, ରେଡ ଲାଇଟ ଉଲ୍ଲଙ୍ଘନ, ରଙ୍ଗ ରୁଟ୍‌ରେ ଡ୍ରାଇଭ କଲେ ଲାଇସେନ୍ସ ରଦ୍ଦ ହେବ । ଆଇନ ଉଲ୍ଲଂଘନ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାଷ୍ଠାନ ପାଇଁ ଚିଠିରେ ନିର୍ଦ୍ଦେଶ ରହିଥିବା ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା